ଆଜି ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନ ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ବିଜେପି ପରିବାର ତରଫରୁ ମଣ୍ଡଳ ସଭାପତି ଶ୍ରୀ ଟିକେତ ସାହୁଙ୍କ ନେତୃତ୍ୱ ରେ ଲଖନପୁର ର ନୂଆଁବନ୍ଧ ଠାରେ ଥିବା ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା । ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ,ତାଙ୍କ ସହ ଲଖନପୁର ଥାନା ଆଇ ଆଇ ସି ବିନୋଦ କୁମାର ରାଉତ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତି ରିନା ପଟେଲ,ବରିଷ୍ଠ ବିଜେପି ନେତା ରଘୁନନ୍ଦନ ପଣ୍ଡା,ସାମଲ ନାୟକ,ମଙ୍ଗଳ ସାହୁ, ଖିତୀଭୂଷଣ ପ୍ରଧାନ,ରାଜକୁମାର ପ୍ରଧାନ,ବିଜେପି ଲଖନପୁର ମଣ୍ଡଳ ସଭାପତି ଟିକେତ ସାହୁ,ଲଖନପୁର ସରପଞ୍ଚ ସଭ୍ୟା ଶ୍ରୀମତି ଆରତୀ ପ୍ରଧାନ,ବାଘମୁଣ୍ଡା ସରପଞ୍ଚ ସଭ୍ୟା ଶ୍ରୀମତି ସୁନିମା ପ୍ରଧାନ ସହ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।ଶ୍ରୀ ରଘୁନନ୍ଦନ ପଣ୍ଡା ଦ୍ଵିପ ପ୍ରଜ୍ବଳନ କରି ଶିବିର କୁ ଆରମ୍ଭ କରି ଥିଲେ ।ଏହି ରକ୍ତଦାନ ଶିବିର ରେ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ପରେ ମନ୍ତ୍ରୀ ଶ୍ରୀ ପୁଝାରୀ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସମସ୍ତଙ୍କୁ ପ୍ରମାଣ ପତ୍ର ଦେଇଥିଲେ ।
ଏହି ଶିବିର କୁ ଆୟୋଜନ କରିବାରେ ସାହାଯ୍ୟ କରିଥିଲେ ଆକାଶ ବାରିକ,ରାଜା ପ୍ରଧାନ,ସରୋଜ ବିଶ୍ଵାଳ,ମୁକେଶ ପ୍ରଧାନ, କିରନ୍ ଭୋଇ,ଜଗଦୀଶ ପ୍ରଧାନ,ଉମାକାନ୍ତ ପଧାନ ,ବଳରାମ ପ୍ରଧାନ,ଦିନେଶ ବାନି । ଶେଷରେ ରାଜକୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
0 Comments