ଆଜି ହେବ ବ୍ରଜରାଜନଗର ପୌରାଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ


 ଝାରସୁଗୁଡ଼ା ଜିଲ୍ଲା ରେ ପୌରଧକ୍ଷା ଙ୍କ ବିରୋଧରେ ଚାଲୁଥିବା ଅନାସ୍ଥା ପ୍ରସ୍ତାବ କୁ ନେଇ ଏବେ ତେଜିଛି ରାଜନୀତି।

ନିଜ ଦଳ ଲୋକେ ଦୀପାଳୀ ଦାସ ଙ୍କ ଉପରେ ଅଭିଯୋଗ କରୁଛନ୍ତି। ଦଳ ଭାଙ୍ଗିବାର ପ୍ରୟାସ କରୁଛନ୍ତି ଦୀପାଳୀ ଦାସ।

କିଛି ଦିନ ପୂର୍ବେ କିର୍ମିରା ପୌରାଧକ୍ଷା  କୁର୍ଷ୍ଣପ୍ରିୟା ସାହୁଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ ଜିଲ୍ଲାରେ ହାଇ ଡ୍ରାମା ସରିନଥିଲା କି ଏବେ ବ୍ରଜରାଜନଗର ପୌରଧକ୍ଷା ଯାଜ୍ଞସିନି ଓରାମ ଙ୍କ ବିରୋଧରେ ତାଙ୍କ ନିଜ ଦଳ ଅନାସ୍ଥା ପ୍ରସ୍ତାବ ଆଣିଛି। ଖୋଦ୍ ବିଜେଡି ଦଳ ନିଜ କାଉନସିଲର ଚେୟାରମେନ ଙ୍କ ବିରୋଧ ରେ ଆଣିଛି ଅନସ୍ଥା ପ୍ରସ୍ତାବ । ନବ ଦାସ ବଞ୍ଚୁଥିବା ବେଳେ ଯାଜ୍ଞସିନି ଓରାମ ଙ୍କୁ ବ୍ରଜରାଜନଗର ପୌରାଧକ୍ଷା କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କ ଅକାଳ ବିୟୋଗ ପରେ ଦୀପାଳୀ ତାଙ୍କୁ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ରେ ଯାଜ୍ଞସିନି ଓରାମ କାନ୍ଦି କାନ୍ଦି ବ୍ରଜରାଜନଗର ରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ଯେଉଁଠି ସେ ଦୀପାଳୀ ଙ୍କ ଦ୍ଵାରା କୌଣସି କାମ କରାଇ ଦେଉନଥିବା ନେଇ ସେ ଅଭିଯୋଗ କରିଥିଲେ। 

ଏବଂ ଏବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଯାଜ୍ଞସିନି ଓରାମ ଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ କୁ ନେଇ ଆଜି ଭୋଟିଂ ହେବାକୁ ଯାଉଛି । ଅଧିକାଂଶ କାଉନସିଲର ବିଜେଡି ସପକ୍ଷ ରେ ଥିବା ବେଳେ କେବଳ ଜଣେ ଓରାମ ଙ୍କ ସପକ୍ଷରେ ଅଛନ୍ତି। 

ବ୍ରଜରାଜନଗର ରେ ଝାରସୁଗୁଡ଼ା ଲୋକେ ରାଜନୀତି କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଅନେକ ନବୀନ ପଟ୍ଟନାୟକ ଙ୍କୁ ଆଦିବାସୀ ବିରୋଧୀ କହି ତାଙ୍କୁ ଆକ୍ଷେପ କରିଛନ୍ତି। ନିଜ ଦଳରେ ଜଣେ ଆଦିବାସୀ ମହିଳା ଥିବାର ବିଜେଡି ଦଳ ସହ୍ୟ କରିପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done