ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ଶ୍ରୀମାନ ପିତାମ୍ବର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ


 ଶିଶୁ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଲଖନପୁର ଠାରେ, *ଲଖନପୁର ବ୍ଲକ ନାଗରିକ ପରିଷଦ*  ସଭାପତି ଶ୍ରୀମାନ ପିତାମ୍ବର ମିଶ୍ର ଙ୍କ ଅଧ୍ୟକ୍ଷତାରେ, ଆଞ୍ଚଳିକ ଯୁବ ସମାଜକୁ ନେଇ,ଏକ ବୈଠକର ଆହ୍ବାନ କରାଯାଇଥିଲା । 

            ଉକ୍ତ ବୈଠକରେ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ କୁ ପାଳନ କରାଯାଇଥିଲା । ଉପସ୍ଥିତ ବ୍ଲକ ନାଗରିକ ପରିଷଦ ସଦସ୍ୟ ସଦସ୍ୟା, ବିଜୟା ବାହିନୀ ମହିଳା ସମିତି ସଦସ୍ୟା, ତଥା ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ବ୍ରୁନ୍ଦ ସ୍ବାମୀ ବିବେକାନନ୍ଦ ଙ୍କ ସ୍ମୃତି ଏବଂ ଆଦର୍ଶ କୁ ଅନୁସରଣ କରି ସେମାନଙ୍କ ର ବକ୍ତବ୍ୟ ମାନ ପ୍ରଦାନ କରିଥିଲେ । ପରେ ଲଖନପୁର ବ୍ଲକ ଆଞ୍ଚଳିକ ଯୁବା ଶକ୍ତି  କୁ ପ୍ରାଧାନ୍ୟ ଦେଇ ବିକାଶ ର ଗୁରୁତ୍ବପୂର୍ଣ୍ଣ ମହତ୍ଵ ଏବଂ ସେମାନଙ୍କ ର ସକ୍ରୀୟ ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଯୁବ ସମାଜର ଏହି *ଯୁବ ସଂକଳ୍ପ ସମାବେଶ*  ରେ  ଯୁବା ଶକ୍ତି ହିଁ ବର୍ତ୍ତମାନର ଆଞ୍ଚଳିକ ଶକ୍ତି ଏବଂ ରାଷ୍ଟ୍ରୀୟ ଶକ୍ତି ବୋଲି ମତ ପ୍ରକାଶ  କରାଯାଇଥିଲା । ଅତଃ ନିମ୍ନ ମତେ ଶ୍ରୀ  ମିଶ୍ର ଦାବି ବ୍ୟକ୍ତ କରିଥିଲେ -

           ୧. ଶିଳ୍ପ ଉଦ୍ୟୋଗ ଅଭିବ୍ରୁଦ୍ଧି ହେବା ଦ୍ବାରା ବିସ୍ଥାପନ, ତଦ୍ ସଙ୍ଗେ ଆଞ୍ଚଳିକ ପରିବେଶ ସୁରକ୍ଷା ସମସ୍ୟା ଆଦି ର ସ୍ଥାୟୀ ଏବଂ ସନ୍ତୋଷ ଯୁକ୍ତ ହୋଇ ପାରିବା ।

            ୨. କ୍ରୁଷିଭିତ୍ତିକ ଶିଳ୍ପ/ଉଦ୍ୟୋଗ, ସ୍ଥାନୀୟ ନିଯୁକ୍ତି/ କର୍ମ ସଂସ୍ଥାନ ଯୋଗାଣ, ତଥା ଯୁବ ବିଚାର ଧାରା କୁ ବିଶେଷ ପ୍ରାଧାନ୍ୟ/ ଅନୁମତି ପ୍ରଦାନ କରିବା ।

            ଏତଦ୍ ବ୍ୟତୀତ, ଉକ୍ତ ବୈଠକରେ, ଆଗାମୀ ୨୦୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରତିଷ୍ଠା ର ୧୦୦ ବର୍ଷ ପୂର୍ତ୍ତିରେ " ବିକଶିତ ଅଞ୍ଚଳ ବିକଶିତ ଓଡ଼ିଶା ବିକଶିତ ଭାରତ " ଗଠନରେ ଯୁବା ଶକ୍ତି ର ନିଶ୍ଚିତ ଯୋଗଦାନ ରହିବ ବୋଲି ସମସ୍ତେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

          ସର୍ବ ଶେଷରେ, ସଭାପତି ଶ୍ରୀ ମିଶ୍ରଙ୍କ ଧନ୍ୟବାଦ ସହ ସଭା ସାଂଗ କରାଯାଇଥିଲା ।

             ସଭାପତି ଶ୍ରୀ ମିଶ୍ରଙ୍କ ବ୍ୟତୀତ, ନାଗରିକ ପରିଷଦ ସମ୍ପାଦକ ଭାସ୍କର ଗର୍ଡିଆ, ସାମ୍ବାଦିକ ମହେନ୍ଦ୍ର କୁମାର ସାଏ , ଲଖନପୁର ବ୍ଲକ ପୂର୍ବତନ ଉପ ଅଧ୍ୟକ୍ଷ ତୁଷାରାମ ପଧାନ, ପରିତୋଷ ମିଶ୍ର, ଜଗଦୀଶ ପ୍ରଧାନ, ଯୋଗେଶ୍ୱର ପଧାନ, ହରିହର ସୁନା,ନରେନ୍ଦ୍ର ସା, ବିରେନ୍ଦ୍ର ଭୁଏ,ତରଣି ସେନ ପଧାନ, ଘନଶ୍ୟାମ ବାରିକ, ପୁରୁଷୋତ୍ତମ ଜୟସୱଲ,ଯୋଗୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଜୟା ବାହିନୀ ମହିଳା ସମିତି ମଧ୍ୟରେ, ସଭାନେତ୍ରୀ ଶ୍ରୀମତୀ କ୍ଷୀରବତୀ ସାହୁ, କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଶୁଶିଲା ପଟେଲ, ଶ୍ରୀମତୀ ତନୟା ନାଏକ, ଶ୍ରୀମତୀ ସରୋଜିନୀ ବିଶ୍ବାଲ, ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done