କିରମିରା ବ୍ଲକ ଅଧ୍ୟକ୍ଷା ଅନାସ୍ଥାକୁ ନେଇ ମହାନାଟକ।


 ଝାରସୁଗୁଡ଼ା ରାଜନୀତି ରେ ଏବେ ଲାଗି ରହିଛି ବିବାଦ, ବିଶାଲ ଦାସ ଏବଂ ସରପଞ୍ଚ ସମିତି ସଭ୍ୟ ମାନଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି।

କିର୍ମିରା ଅନାସ୍ଥା ପ୍ରସ୍ତାବ କୁ ନେଇ ତେଜିଛି ଏବେ ଝାରସୁଗୁଡ଼ା ରାଜନୀତି। 

ଦିବଙ୍ଗତ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ  ଆଇଜିଙ୍କ ଦ୍ୱାରସ୍ଥ ହୋଇିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ତାଙ୍କ ସମ୍ବଲପୁର ରେ ଥିବା ପ୍ରାଇଭେଟ ପ୍ରପର୍ଟିରେ ପଶିଛି । ଏବେ ଛତିଶଗଡ ପୋଲିସ  ବିଶାଲ ଦାସ ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ମାନଙ୍କୁ  ଛତିଶଗଡ଼ ବୋର୍ଡର ରେ ଅଟକ ରଖାଯାଇଛି। ଏ ନେଇ ବିଶାଲ ଦାସ ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଜାରି କରିଛନ୍ତି।ଏହି ଭିଡ଼ିଓ ଜରିଆରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାର ଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସାମ୍ନାକୁ ଆଣିଛନ୍ତି। "ମୋ ବାପାଙ୍କୁ ପୋଲିସ ହତ୍ୟା କରିଛି, ତେଣୁ ପୋଲିସକୁ ଦେଖିଲେ ଡର ଲାଗୁଛି"  ବୋଲି କହିଛନ୍ତି ବିଶାଲ । ଏ ନେଇ ଦିପାଲି ଦାସ ତାଙ୍କ ଝାରସୁଗୁଡ଼ା ବାସଭବନ ରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିଜ ଭାଇ ପ୍ରତି ଥିବା ବିପଦ ଏବଂ ଏ ସବୁ ପଛରେ କିର୍ମିରା ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ନେଇ ସେ କହିଛନ୍ତି। ପୂର୍ବରୁ ନବ ଦାସ ଙ୍କ ଗୁଳି କରି ହତ୍ୟା ଏବଂ ଏବେ ତାଙ୍କ ପୁଅ ବିଶାଲ ଦାସ ଙ୍କ ଜୀବନ ବିପଦ ରେ ଅଛି। ଏ ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରାଜ୍ୟ ବିଜେଡି ସମ୍ପାଦକ ସଂଜିତ ମହାନ୍ତି, ତାପସ ରାୟ ଚୌଧୁରୀଙ୍କ ସହ ଅନେକ ନେତା ଉତ୍ତରାଞ୍ଚଳ  ଆଇଜିଙ୍କୁ ଭେଟିଛନ୍ତି ।ଏଇ ପ୍ରସଙ୍ଗ ନେଇ ଆଜି ଝାରସୁଗୁଡ଼ା ବିଜେଡି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଘେରାଉ କରାଯାଇଛି। 
 "ଯଦି ମୋ ଭାଇ ପ୍ରତି କୌଣସି ପ୍ରକାର ବିପଦ ଆସେ ତେବେ ଏଥି ପାଇଁ ସ୍ଥାନୀୟ ପୋଲିସ ଏବଂ ସ୍ଥାନୀୟ ବିଧାୟକ ଦାୟୀ ରହିବେ" ବୋଲି ଦିପାଳି ଦାସ କହିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done