ଓ.ପି.ଏମ . ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ,"୭୬ମ ଗଣତନ୍ତ୍ର ଦିବସ "ପାଳିତ


 ଆଜି ଓ.ପି.ଏମ . ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ,"୭୬ମ ଗଣତନ୍ତ୍ର ଦିବସ "ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବ୍ଲକ୍ ଶିକ୍ଷା ଅଧିକାରୀ ଲଖନପୁର ଓ ଝାରସୁଗୁଡା ଶ୍ରୀ ରୁଦ୍ର ନାରାୟଣ ପ୍ରଧାନ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରିୟା ପଣ୍ଡା(OES -II) ସଭାପତିତ୍ବ କରି କାର୍ଯ୍ୟକ୍ରମକୁ ଆଗେଇ ନେଇ ଗଣତନ୍ତ୍ର ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରମାନଙ୍କୁ ବୁଝାଇଥିଲେ ।ଏହା ପରେ ବିଦ୍ୟାଳୟର ଏୟାର ୱିଂଗ ଏନସିସି ଅଫିସର୍ ଶ୍ରୀ ଜୀତେନ୍ଦ୍ର ମଗରଙ୍କ ସମସ୍ତ ଏନସିସି କ୍ୟାଡେଟ ଓ ଜୁନିଅର୍ ରେଡ଼କ୍ରସର କାଉନସିଲର ଶ୍ରୀ ଯୁଗଳ କିଶୋର ପ୍ରଧାନଙ୍କ ଜୁନିଅର୍ ରେଡକ୍ରସ ଛାତ୍ର ସହ ଖେଳ ଶିକ୍ଷକ ଶ୍ରୀ ଶିବ ପ୍ରଧାନ ଙ୍କ ସହଯୋଗରେ ବିଦ୍ୟାଳୟର ସମସ୍ତ ଛାତ୍ରଙ୍କ ସହ ଏକ ରେଲୀ ବଜାର ଦେଇ ସହରକୁ ବାହାରିଥିଲା ।ଏହା ପରେ ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମକୁ ମିସ୍ ନିରୁପମା ତରିଆ ଓ ମିସ୍ ତୃପ୍ତି ଦାସ ପରିଚାଳନା କରିଥିଲେ ।ଏହି ଶିକ୍ଷାବର୍ଷରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ଫଳାଫଳ ଘୋଷଣା କରି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା ତା ସହିତ ବାର୍ଷିକ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା ।ହାଉସ ଅନୁସାରେ ମଧ୍ୟ ଛାତ୍ରମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । ଶେଷରେ ଶ୍ରୀ ଜୀତେନ୍ଦ୍ର ମଗର ଧନ୍ୟବାଦ୍ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ଶେଷ ହୋଇଥିଲା ତା ସହିତ ଛାତ୍ରମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର   ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ଯଥା - ରଞ୍ଜିତ କୌର, ଲଳିତା ପ୍ରଧାନ, ଡଲୀ ବେସନ,ଶିବ ପ୍ରଧାନ,ଭୀମ ନାୟକ  କଙ୍କଦେବ୍ ନାୟକ,ସଦାଶିବ ସାହୁ, ତପନ କୁମାର ପଟେଲ, ମଗଶିର ମେହର, କୃଷ୍ଣଚନ୍ଦ୍ର ଗୁଖୁରା, ସତ୍ୟରଞ୍ଜନ ମଲ୍ଲିକ,କୁନାଲ ପତି, ଜିବେଶ୍ ପ୍ରଧାନ ଇତ୍ୟାଦି ପ୍ରମୁଖ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done