ତିନିଦିନିଆ •✓ରୀତା ମେହେର ସ୍ମାରକୀ ଚତୁର୍ଥ ବାର୍ଷିକ କ୍ରୀଡା ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ଉଦଯାପିତ


 ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସର ରେ •✓ରୀତା ମେହେର ସ୍ମାରକୀ  ତିନିଦିନିଆ ଚତୁର୍ଥ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଆଜିର ସମରୋପ ଉତ୍ସବରେ ଭାରତ ବିକାଶ ପରିଷଦର ସଂସ୍କାର ସଚିବ ଶ୍ରୀମତୀ ମିନର୍ଭା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ବିଫଳତା ହିଁ ଶିଶୁ ମାନଙ୍କୁ ସର୍ବଦା ସଫଳତା ଆଣିଦିଏ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପଞ୍ଚପଡ଼ା ସିଆରସିସି ସୁରଜ ପଟେଲ, ରେଲୱେ ଉଚ୍ଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ ,କୋଷାଧ୍ୟକ୍ଷ। ପ୍ରିୟଙ୍କା ସାହୁ ,ପ୍ରଧାନ ଆଚାର୍ଯ୍ୟ। ମମତା ସିଂହ ଅତିଥି ଭାବରେ ମଞ୍ଚାସିନ ଥିଲେ।ତା ୨୦.୧୨.୨୦୨୪ ଶୁକ୍ରବାର ଉଦ୍ଘାଟନୀ ଉତ୍ସବ ରେ ପଞ୍ଚପଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ଓ ସ୍ବର୍ଗତ ରୀତା ମେହେର ଙ୍କ ସ୍ବାମୀ ଶ୍ରୀ ଅଜିତ କୁମାର ମେହେର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଥିଲେ। ଉଭୟ ଉଦ୍ଘାଟନୀ ଓ4 ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ ମଞ୍ଚାସିନ ଅତିଥିଙ୍କ ପରିଚୟ ରଖିଥିଲେ।ବରିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର ଗୁରୁମା ମଞ୍ଚ ପରିଚାଳନା କରିଥିବା ବେଳେ ତେଜରାଜ ସାହୁ,ରଞ୍ଜିତା ନାଏକ,ଚନ୍ଦ୍ରିକା କିସାନ,ମୈଥିଳୀ ସାହୁ, ଝରଣା ସାହୁ ଆଦି ଗୁରୁମା ଶିଶୁଙ୍କ ବିଭିନ୍ନ ଖେଳ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିଶୁ ଭାଇ ଭଉଣୀଙ୍କୁ ନେଇ ପୁଚି, ଅଖା ଦୌଡ,ଆଳୁ ଚାମଚ, ରସି ଡିଆଁ ପରି ୩୫ ଟି ଖେଳ ଅନୁଷ୍ଠିତ ହୋଇଥିଲା।କ୍ରୀଡ଼ାରେ ଭାଗ ନେଇଥିବା ୧୦୫ ଜଣ କୃତୀ ଶିଶୁ ଭାଇ ଭଉଣୀଙ୍କୁ ସମ୍ମାନୀତ କରାଯାଇଥିଲା। ବର୍ଷା ରାଣୀ ଦୋରା, ବୀଣା ପାଣି ପ୍ରଧାନ , ଗୋଲାପି ପାଣ୍ଡେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିବା ବେଳେ ଶାରୀରିକ ଶିକ୍ଷକ ପ୍ରକାଶ ପ୍ରଧାନ ଓ ବିଦ୍ୟାଳୟ ଶାରୀରିକ ପ୍ରମୁଖ ତାରିଣୀ ପ୍ରିୟା ମହାନ୍ତି କ୍ରୀଡାର ସମସ୍ତ ଖେଳକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।ପରିଶେଷରେ ବିଦ୍ୟାଳୟ ଶାରୀରିକ ପ୍ରମୁଖ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done