ଝାରସୁଗୁଡ଼ା କଟାପାଲି ସ୍ଥିତ ମିଶନ ଆଶ୍ରା ରୁ ଜଣେ ମାନସିକ ବିକାର ମହିଳା ଅନ୍ତେବାସୀ ସୁସ୍ଥ ହୋଇ ନିଜ ଘର ରାଜସ୍ଥାନ କୁ ଫେରିଛନ୍ତି


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ପିପୁଲସ ଫୋରମ୍ ଦ୍ବାରା ପରିଚାଳିତ ଝାରସୁଗୁଡ଼ା କଟାପାଲି ସ୍ଥିତ ମିଶନ ଆଶ୍ରା ରୁ ଜଣେ ମାନସିକ ବିକାର ମହିଳା ଅନ୍ତେବାସୀ ସୁସ୍ଥ ହୋଇ ନିଜ ଘର ରାଜସ୍ଥାନ କୁ ଫେରିଛନ୍ତି।


ଏଠାରେ ସୂଚନା ଥାଉ କି ରେଖା ଙ୍କୁ ଝାରସୁଗୁଡା ରେଲୱେ ପୋଲିସ ଉଦ୍ଧାର କରି ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସଖୀ ସେଣ୍ଟର ରେ ଭର୍ତ୍ତି କରେଇ ଥିଲେ।ସଖୀ ସେଣ୍ଟର ର କର୍ମଚାରୀ ଙ୍କ କାଉନସେଲିଂ ଦ୍ବାରା ସେମାନେ ଜାଣିବାକୁ ପାଇଲେ ଯେ ରେଖା ଙ୍କ ର ମାନସିକ ସ୍ଥିତି ସାମାନ୍ୟ ଠିକ ନଥିଲା । ରେଖା ର ମାନସିକ ସ୍ଥିତି ରେ ସୁଧାର ଆଣିବା ନିମନ୍ତେ ନଭେମ୍ୱର ମାସ ପ୍ରଥମ ସପ୍ତାହ ରେ ଝାରସୁଗୁଡ଼ା ସଖୀ ସେଣ୍ଟର ର କର୍ମଚାରୀ ମାନେ ରେଖା ଙ୍କୁ ମିଶନ ଆଶ୍ରା ରେ ଭର୍ତ୍ତି କରାଇଥିଲେ।

କେନ୍ଦ୍ରର କର୍ମଚାରୀ ମାନଙ୍କ ସେବା, ଯତ୍ନ, ନିୟମିତ ଔଷଧ ଏବଂ କାଉନସେଲିଂ ଦ୍ବାରା ରେଖା ଙ୍କ ର ମାନସିକ ସ୍ଥିତି ରେ ସୁଧାର ଆସିଥିଲା। ସୁଧାର ଆସିବା ପରେ ରେଖା ନିଜ ଘରର ଠିକଣା ରାଜସ୍ଥାନ ର ବାରାନ ଜିଲ୍ଲା ର ଗ୍ରାମ - ଲୁହରୋବାଡ଼ି, ପୋଷ୍ଟ/ଥାନା- କିଶାନ ଗଞ୍ଜ ବୋଲି କେନ୍ଦ୍ରର କର୍ମଚାରୀ ମାନଙ୍କୁ କହିଥିଲା। ପରେ ପରେ ଝାରସୁଗୁଡ଼ା ରେଲୱେ ପୋଲିସ ଙ୍କ ସାହାଯ୍ୟ ରେ ରେଖା ଙ୍କ ର ଭାଇ ଏଵଂ ମା ସୁଦୂର ରାଜସ୍ଥାନ ରୁ ଆସି ଆଜି ମିଶନ ଆଶ୍ରା ପରିସରରେ ପହଞ୍ଚି ରେଖା ର ସ୍ଥିତି ବିଷୟ ରେ ପଚାରି ବୁଝିଥିଲେ ଓ ରେଖା କୁ ଫେରାଇ ନେବା ପାଇଁ କହିଥିଲେ। ରେଖା ର ଭାଇ, ମା ରେଖା କୁ ଏତେ ଦିନ ପରେ ଦେଖି ଖୁସି ରେ ଆତ୍ମବିଭୋର ହୋଇ ଯାଇଥିଲେ। ତାଙ୍କ ଘର ଲୋକ ଙ୍କ କହିବା ଅନୁଯାଇ ରେଖା ଦୀର୍ଘ ୯ ବର୍ଷ ଧରି ମାନସିକ ରୋଗ ରେ ପୀଡ଼ିତ ଥିଲା। ସେଥି ପାଇଁ ଆଜ କୁ ପ୍ରାୟ ୬ ମାସ ପୂର୍ବେ ସେ ଘର ଛାଡ଼ି କୁଆଡେ ପଳାଇଯାଇଥିଲେ। ରେଖା କୁ ଘରକୁ ଫେରିବା ଦେଖି କେନ୍ଦ୍ରର ଅନ୍ୟ ଅନ୍ତେବାସୀ ମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ। ସ୍ଵଳ୍ପ ସମୟ ମଧ୍ୟରେ ଅନ୍ତେବାସୀ ଙ୍କ ସହ ଭଲ ବନ୍ଧୁତା ସ୍ଥାପନ କରିଥିବାରୁ ରେଖା ମଧ୍ଯ ଘରକୁ ଯିବା ସମୟ ରେ ଅନ୍ତେବାସୀ ଙ୍କୁ ଧରି କାନ୍ଦି ପକାଇଥିଲେ। ପରିସେଶ ରେ କେନ୍ଦ୍ରରେ ତିଆରି ହେଉଥିବା ବାଉଁଶ ଜିନିଷ  କୁ ନେବା ପାଇଁ ରେଖା ଇଚ୍ଛା ପ୍ରକାଶ କରିଥିବାରୁ କେନ୍ଦ୍ରର କର୍ମଚାରୀ ଙ୍କ ଦ୍ଵାରା ସେହି ଜିନିଷ କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done