ସରବାହାଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି


 ଝାରସୁଗୁଡ଼ା ପୌରାଞ୍ଚଳର ସରବାହାଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ନିଃସ୍ଵାର୍ଥ ସେବା ଓ ତ୍ୟାଗ ଅତୁଳନୀୟ ବୋଲି କହିଥିଲେ। ସରସ୍ବତୀ ଶିଶୁ ମନ୍ଦିରର ସମ୍ପାଦକ ସୁବ୍ରତ ତ୍ରିପାଠୀଙ୍କ ଆହ୍ବାନକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟହଲୁ ସାହୁ, ମନ୍ଦାକିନୀ ଶତପଥୀ,ବାଳ ଗୋବିନ୍ଦ ମିଶ୍ର, ହୀରାଲାଲ ଲୋକଚନ୍ଦାନୀ, କାଜଲ ଗୁହା,ମିଥିଲେଶ ଝା, କୁଲଦୀପ ସିଂହ, ଜୟପ୍ରକାଶ ଅଗ୍ରୱାଲ,ମହମ୍ମଦ ଈରଶାଦ, ସୁରେନ୍ଦ୍ର ରାଉତ, ବିବେକାନନ୍ଦ ମିଶ୍ର, ପ୍ରିୟା ରାୟ,ଶୋଭନା ସୋହେଲା,ଅନନ୍ତ ରାମ ସାହୁ, ଅଶୋକ ସାକୁନିଆ,କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ସଭାକୁ ଅକ୍ଷୟ ପତି ସଂଯୋଜନା କରିଥିଲାବେଳେ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ବିଜୟ ପଟେଲ, ସଂଯୁକ୍ତା ମେହେର,ପିଙ୍କି ବରାଳ,ମିଲାରାଣୀ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done