ଗତ ଗୁରୁବାର 26,ତାରିଖ ରେ ଲଖନପୁର ବ୍ଲକ ସମରବଗା ଠାରେ ବରିଷ୍ଠ ନାଗରିକ ଙ୍କ ପାଇଁ ବି ସି ଜି ଟୀକାର ଉଦଘାଟନ ହୋଇଯାଇଛି, ଏହା ଷାଠିଏ ବର୍ଷ ରୁ ଉର୍ଦ୍ଧ ଓ ଯେଉଁମାନେ ଯକ୍ଷ୍ମା ଦ୍ଵାରା ପୀଡିତ ଥିବେ ସେହିମାନ ଙ୍କ ଠାରେ ଦିଆଯାଇଛି. ଏହି କାର୍ଯ୍ୟକ୍ରମରେ ଲଖନପୁର CHC ମୁଖ୍ୟ ଡ଼ା ଯୁଗଳ କିଶୋର ଭୋଇ, ଲଖନ ପୁର ବ୍ଲକ ର ABDO.. ଇ ଜେ ଭି ଫାଣ୍ଡେସନ ର ମାନସୀ ପଣ୍ଡା,ରାଜେଶ ପାଢ଼ୀ, ଶୋଭାନା ସୋହେଲା ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ଓ ମଞ୍ଚା ସୀନ ହୋଇ ଥିଲେ ଏହି ଅବସର ରେ ଯକ୍ଷ୍ମା କିପରି ହାରିବ ଆମେ କିପରି ଜିତିବା ଏହି ବାବଦ ରେ ଡ଼ା ଭୋଇ, ABDO, ଓ ମାନସୀ ପଣ୍ଡା ବିଶୃତ ଭାବେ ବୁଝାଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ସମର ବଗା ର ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.
0 Comments