ମା' ସମଲେଇ ନୂଆଁଖାଇ ଭେଟଘାଟ୍ ଫୁଟବଲ୍ ପ୍ରତିଯୋଗିତା : ସୁନ୍ଦରଗଡ଼ ଚାମ୍ପିଅନ


 ବ୍ରଜରାଜନଗର - ରାଜପୁର କଟାପାଲି ଖେଳପଡିଆରେ ଚାଲିଥିବା ୨୯ତମ ମା' ସମଲେଇ ନୂଆଁଖାଇ ଭେଟଘାଟ୍ ଫୁଟବଲ୍ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି। ଫାଇନାଲ ଖେଳ ଅର୍ମାନ ଏକାଦଶ ସୁନ୍ଦରଗଡ଼ ଓ ଯେ.ଏମ.ଏମ.ପି. କିରାରମା ଦଳ ମଧ୍ୟରେ ହୋଇଥିଲା । ସୁନ୍ଦରଗଡ଼ ଦଳ ୨-୦ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷର ଚାମ୍ପିୟାନ ହୋଇଛି ।

ପୁରସ୍କାର ବିତରଣୀ ଉତ୍ସବରେ ବ୍ରଜରାଜନଗର ପୁର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟ ଅତିଥି, ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ,ରାଜପୁର ସରପଞ୍ଚ ସରସ୍ବତି ନାୟକ,ଗୌରମାଲ ସରପଞ୍ଚ ରାଜକୁମାର ସାଏ,ଚାନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀ ମିଶ୍ର,ଲୋଇସିଂହ ସରପଞ୍ଚ ସନାତନ ରୋହିଦାସ,ମରାକୁଟା ସରପଞ୍ଚ ଲିଲି ତନ୍ତୀ,ସାନଘୁମୁଡ଼ା ପୁର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଇ,ଲୋଇସିଂ ପୁର୍ବତନ ସରପଞ୍ଚ ଦୁଷ୍ମନ୍ତ ପଟେଲ,କନକତୁରା ପୁର୍ବତନ ସରପଞ୍ଚ ସୁନ୍ଦରମଣି ଓରାମ,ରାଜପୁର ପୂର୍ବତନ ସମିତି ସଭ୍ୟ ଗଣେଶ ବାଗ,ଶିକ୍ଷାବିତ୍ ପ୍ରଶାନ୍ତ ପାଟ୍ଟଯୋଶୀ,ରାଜପୁର ପୁର୍ବତନ ସରପଞ୍ଚ ନିରଞ୍ଜନ କୁଅଁର, ଗାଁ ଗୌତିଆ ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

 ଆୟୋଜକ ଗଣପତି କ୍ଲବ୍ର ସଭାପତି ଈଶ୍ୱର ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅତିଥିମାନେ ଚାମ୍ପିଅନ ସୁନ୍ଦରଗଡ଼ ଦଳକୁ ଟ୍ରଫି ସହିତ ୩୦,୦୦୦ ହଜାର ଟଙ୍କା ଓ ଉପବିଜେତା କିରାରମା ଦଳକୁ ଟ୍ରଫି ସହିତ ୨୦,୦୦୦ ହଜାର ଟଙ୍କା ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଲାଗି ସୁନ୍ଦରଗଡ଼ ଦଳର ମନୁ ସୁନା ଙ୍କୁ ଶ୍ରେଷ୍ଠ ଖେଳାଳି,କିଶୋର ଖଡିଆ ମ୍ୟାନ୍ ଅଫ୍ ଦି ମ୍ୟାଚ୍,ସରୋଜ ଶ୍ରେଷ୍ଠ ଫରୱାର୍ଡ,ଶ୍ରେଷ୍ଠ ଗୋଲକିପର ମୁନା, ଶ୍ରେଷ୍ଠ ଡିଫେନ୍ସ ଭାବେ ରାହୁଲ, ପ୍ରତିଯୋଗିତାର ଅନୁଶାସନ ଦଳ ଭାବେ ରାମପୁର ଦଳକୁ ପୁରସ୍କୃତ କରାଯାଇଥିଲା । ଅଶୋକ ବେହେରା ମଞ୍ଚ ପରିଚାଳନା କରିଥିଲେ । ଅରୁଣ ପ୍ରଧାନ,ସଞ୍ଜୟ ସାହୁ,ଅନନ୍ତ କାଲୋ,ସଂଜିତ ବାରିକ,ନବୀନ ଦେଓ,ଅରୁଣ ମିର୍ଦ୍ଧା,ମେଘନାଥ ଓରାମ,ମାଙ୍ଗେଲାଳ ଭଦ୍ରା,ପରମେଶ୍ବର ପ୍ରଧାନ,ସୁଧାଂଶୁ ପ୍ରଧାନ,କ୍ଷୀରୋଦ ଗାର୍ଡିଆ,ଦୁର୍ଯୋଧନ ପାତ୍ର ଖେଳ ପରିଚାଳନା କରିଥିଲେ । ମ୍ୟାଚ କମିଶନର ସୁଶାନ୍ତ ପଟେଲ ଥିଲେ । ଗଣପତି କ୍ଲବ୍ ସଦସ୍ୟ ପଶ୍ନ ପ୍ରଧାନ,ଟଙ୍କଧର ପ୍ରଧାନ,ନରେଶ ପ୍ରଧାନ,ରାଧାକାନ୍ତ ପ୍ରଧାନ,ବିଜୟ ଭୋଇ,ବିଜୟ ବେହେରା,ଟାର୍ଜନ ବିଶ୍ଵାଳ,ସରୋଜ ବାରିକ,ନରେଶ ପ୍ରଧାନ,ମକରଧ୍ବଜ ପ୍ରଧାନ,ଇନ୍ଦ୍ର କିଶାନ,ଦୀପକ ଭୋଇ,ନିମାଇଁ ସାହୁ,ଖେମାଶିଲ କିଶାନ,ଆକାଶ ଖଡିଆ,ନରେଶ ଖଡ଼ିଆ,ଭାନୁ କିଶାନ ପ୍ରମୁଖ ସହଯୋଗ କରିଥିଲେ । ରେଫରି,ଆୟୋଜକଙ୍କ ଭୋଲେଣ୍ଟିୟର ମାନଙ୍କୁ ମଧ୍ୟ ମେଡାଲ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ବ୍ରଜରାଜନଗର ଥାନାଧିକାରୀ ଧବେଲେଶ୍ୱର୍ ସାହୁଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done