ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଗୁରୁଦିବସ ପାଳନ


 ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଗୁରୁଦିବସ ପାଳନ.... ସେପ୍ଟେମ୍ବର ପାଞ୍ଚ ତାରିଖ ଦିନ ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ପାଳନ କରାଯାଇଛି ଇ ଜେ ଭି ଫାଉଣ୍ଡେସନ ଶିକ୍ଷା ଓ ଶ୍ୱାସ୍ଥ କୁ ବିଶେଷ ଭାବେ ଗୁରୁତ୍ୱ ଦେଇଥାଏ, ଏହା କୁ ଦୃଷ୍ଟି ରେ ରଖି ଗତ ରବି ବାର ଏକ ତାରିଖ ରେ ଜିଲ୍ଲା ସ୍ତରୀୟ  ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା  ର ଆୟୋଜନ କରାଯାଇଥିଲା, ଉକ୍ତ ପ୍ରତିଯୋଗିତା ରେ ହାରାହାରି   ଚାରିଶହ  ଛାତ୍ର ଛାତ୍ରୀ  ପଞ୍ଚମ ରୁ ଦ୍ୱାଦଶ ପର୍ଯ୍ୟନ୍ତ   ଭାଗ ନେଇଥିଲେ, ଏହା ତିନୋଟି ବିଭାଗ ରେ ବିଭକ୍ତ କରାଯାଇଥିଲା, ସର୍ବ କନିଷ୍ଠ, କନିଷ୍ଠ, ଓ ବରିଷ୍ଠ..ସର୍ବ ମୋଟ ଅଠର ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଲାଭ କାଟିଥିଲେ, ଗୁରୁ ଦିବସ ଅବସର ରେ ଏହି ମାନଙ୍କୁ ପୁରସ୍କାର ବିତରରଣ କରାଗଲା, ଏହି କାର୍ଯ୍ୟ କ୍ରମ ମୁଖ୍ୟ ଅତିଥି ଭାବେ  ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ JSW ର CSR ହେଡ଼ ଶ୍ରୀ ବିଶାଲ ରାଜ ଯୋଗ ଦେଇଥିଲେ, ଏହିସହିତ ଗୁରୁ  ଭାବେ ପୁଣ୍ୟପ୍ରଭା ଜେନା, ସୁବାଷ ମିଶ୍ର, କିଶୋର ମହାନ୍ତି, ମଂଚାସୀନ ହୋଇଥିବା  ବେଳେ ଇ ଜେ ଭି ର ବରିଷ୍ଠ ସଦସ୍ୟା ତଥା ମୁଖ୍ୟ ଉପଦେଷ୍ଟା ଅଞ୍ଜଳି ପ୍ରଭା ପଟ୍ଟନାୟକ ମଂଚାସୀନ ହୋଉଥିଲେ, ଏହି ଅବସର ରେ  ସାଂସଦ ଶ୍ରୀ ପୁରୋହିତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ସତ ମାର୍ଗ ରେ ଯାଇ ଶୁ ନାଗରିକ ହେବା ପାଇଁ ଉଦବୋଧନ ଦେଇଥିଲେ. ଏଥି ସହିତ ପ୍ରତିଯୋଗିତା ରେ ବିଚାରକ ଭାବେ ଥିବା  ଗୁରୁ ଅକ୍ଷୟ ପତି, ଡା ମିନା ସୋନି, ମୁନ୍ମୁ ମୁନ ମୁନ୍ଦ୍ରା, ଲକ୍ଷ୍ମୀପ୍ରିୟା ପଣ୍ଡା,, ଟିକା ରାମ  ଥାପା, ମନୋଜ ମହାପାତ୍ର, ପ୍ରମୁଖ ଗୁରୁ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା, ଇ ଜେ ଭି ର ସକ୍ରିୟ ସଦସ୍ୟ ମାନେ,ଗଙ୍ଗାଧର ମେହେର, ପବିତ୍ର ସ୍ୱାଇଁ, ପଙ୍କଜିନୀ ପାଣିଗ୍ରାହି, ଜ୍ୟୋତିର୍ମୟୀ ବେହେରା, ପୂନମ ପଟେଲ,ସଂଯୁକ୍ତା ମେହେର, ସୋଭନା ସୋହେଲା, ମିତୁ ପଣ୍ଡା,ଆଦି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ମଞ୍ଚ ସଂଚଳନା କରିଥିବା ବେଳେ, ରାଜେଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଥିଲେ, ଏଥିସହିତ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦାନ କରିଥିଲେ, ସର୍ବ ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କ ସହ cake କାଟି ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନ ପାଳନ କରି, କାର୍ଯ୍ୟ କ୍ରମ କୁ ଶେଷ କରିଥିଲେ.

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done