ସୁରକ୍ଷା ଅଧିକାରୀ ସଙ୍ଘ,ଓଡ଼ିଶା ର ସାଧାରଣ ସଭା ଝାରସୁଗୁଡ଼ା ସ୍ଥିତ ହୋଟେଲ ଆତିଥ୍ୟ ରେ ଅନୁଷ୍ଠିତ


 ସୁରକ୍ଷା ଅଧିକାରୀ  ସଙ୍ଘ,ଓଡ଼ିଶା ର ସାଧାରଣ ସଭା ଝାରସୁଗୁଡ଼ାର ଏକ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ନୂଆଖାଇ ଗଣପର୍ବ ଅବସରରେ ମୁଖ୍ୟ ଅତିଥି ଶ୍ରୀ ଅରବିନ୍ଦ ପାଠକ ମହୋଦୟ ଯୋଗ ଦେଇ ସଂଘର ସମାବେଶନ ସଭାକୁ ଉଦ୍ଘାଟନ କରିଥିଲେ। ଉକ୍ତ ସାଧାରଣ ସଭା ରେ ସଂଘର ଲୋଗୋ ଉନ୍ମୋଚନ କରାଯାଇ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ସମଲେଶ୍ଵରୀ ଙ୍କ ଆଶୀର୍ବାଦ ଗ୍ରହଣ କରି ମୁଖ୍ୟ ଅତିଥି ତାଙ୍କ ଉଦବୋଧନ ଦେଇଥିଲେ। ସମଗ୍ର ଓଡ଼ିଶା ର ସୁରକ୍ଷା ଅଧିକାରୀ ମାନଙ୍କୁ ନେଇ ଏକ ଭାଇଚାରା ସୃଷ୍ଟି ହେବା ସହିତ ଆଗାମୀ ସମୟରେ ଓଡ଼ିଆ ସୁରକ୍ଷା ଭାଇ ଓ ଭଉଣୀ ମାନେ କିପରି ଓଡ଼ିଶାରେ ନିଯୁକ୍ତି ପାଇବେ ସେ ବିଷୟରେ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରଯାଇଥିଲା ଏହି ଆଲୋଚନା ବିଷୟ ବସ୍ତୁ ରେ ସଂଘର କର୍ମକର୍ତ୍ତା ଗଣକୁ ଚୟନ କରାଯାଇଥିଲା। ଯାହାକୁ ସଭାପତି ଅଭିନ୍ନ ଚନ୍ଦ୍ର ମଲ୍ଲିକ , କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ଗଡନାୟକ୍ , ଉପସଭାପତି ଯଦୁମଣି ମହନ୍ତ,ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ବେହେରା ଅଭିଭାଷଣ କରିଥିଲେ। ତା ସହିତ ଜିଲ୍ଲା ସଭାପତି ,ସଂଯୋଜକ ଓ ଅନ୍ୟାନ୍ୟ ପଦାଧିକାରୀ ମାନଙ୍କୁ ସମ୍ମାନିତ କରଯାଇଥିଲା। ଉକ୍ତ ସଭାରେ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ସୁରକ୍ଷା ଅଧିକାରୀ ଓ ଅଧିକାରିଣୀ ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done