ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ସଦର ମହକୁମା ର ପାହାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନେନ୍ଦ୍ର ବେହେରା ଫାଉଣ୍ଡେସନ, କେୟାର ସୁପର ସ୍ପେଶାଲିଟୀ କ୍ଲିନିକ୍, ନମ୍ରତା ମେଡିକାଲ ଷ୍ଟୋର ଝାରସୁଗୁଡ଼ା ଓ ଡକ୍ଟର ଲାଲ୍ ପାଥ୍ ଲେବ୍ ସହଯୋଗ ରେ ତାରିଖ ଆଜି ଦିନ ୧୦ ଟା ରୁ ମାଗଣା ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବମୋଟ ୨୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଉପବାସ ରକ୍ତ ଶର୍କରା,କୋଲେଷ୍ଟ୍ରଲ, କ୍ୟାଲସିୟମ,ହେମୋଗ୍ଳୋବିନ, ଥାଇରଡ୍ ଓ ୟୁରିକ୍ ଏସିଡ୍ ପରୀକ୍ଷା କରାଯାଇଥିବାବେଳେ ଜନସାଧାରଣ ନିଜ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ନେଇଥିଲେ । ଏହି ଶିବିରରେ କେୟାର ସୁପର ସ୍ପେଶାଲିଟୀ କ୍ଲିନିକ୍ ପକ୍ଷରୁ ଡକ୍ଟର ଦିବେନ୍ଦୁ ସାହୁ, ଫାର୍ମାସିଷ୍ଟ ନିଲୀମା ଜାମଦଲିଆ ଓ ଲେବ୍ ଟେକ୍ନିସିଆନ୍ ଶ୍ରଦ୍ଧାଞ୍ଜଳି ପାଣ୍ଡେ ଯୋଗଦେଇଥିବା ବେଳେ ଶେଷରେ ଜ୍ଞାନେନ୍ଦ୍ର ବେହେରାଙ୍କୁ ଫାଉଣ୍ଡେସନ ତରଫରୁ ଏହି ଶିବିର ଆୟୋଜନ କରିଥିବାରୁ ଜନସାଧାରଣ ଧନ୍ୟବାଦ ଜଣାଇଥିଲେ ।
0 Comments