ସରଵାହାଲ ଉପ୍ରା ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ କମିଟି ବୈଠକ।


 ସରଵାହାଲ ଉପ୍ରା ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ କମିଟି ବୈଠକ। ଝାରସୁଗୁଡ଼ା ସହରର ସରଵାହାଲ ଉପ୍ରା ବିଦ୍ୟାଳୟ ରେ ଆଜି ପୂର୍ବାହ୍ନ ଦଶଟା ସମୟରେ ଅଭିଭାବକ ଶିକ୍ଷକ କମିଟିର ଏକ ବୈଠକର ଆୟୋଜନ ହୋଇଯାଇଛି।ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାପସ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ରମାକାନ୍ତ ଗରତିଆ ଓ ଓ ବି ଇ ଓ ସୁଶାନ୍ତ ହୋତା ଉପସ୍ଥିତ ରହି ଅଭିବାବକକ ମାନଙ୍କୁ ବିଭିନ୍ନ ଉପାଦେୟ ତଥା ପ୍ରଦାନ କରିବା ସହ ବିଦ୍ୟାଳୟ କୁ ଵୁଲି ଦେଖିଥିଲେ ଓ ଅତି ଶୀଘ୍ର ଶିକ୍ଷକ ଅଭାବ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କରାଯିବ ବୋଲିି ପ୍ରକାଶ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ଙ୍କ ଦୂଷ୍ଟ୍ରୀ ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରିଦର୍ଶନ ସମୟରେ ଜରାଜୀର୍ଣ୍ଣ କୋଠରୀ ଗୁଡ଼ିକ ଦେଖି ଦୁଃଖ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ଉପସ୍ଥିତ ପିତା ମାତାଙ୍କୁ ସ୍ଵାଗତ କରିବା ସହ ବିଦ୍ୟାଳୟ ର ନିରାପତ୍ତା ଅନଲାଇନ ସୁରକ୍ଷା ସାଇବର କ୍ରାଇମ ସୁରଭି ଚବିଶ ଯୂଥ ଓ ଇକୋ କ୍ଲବ ବୟସ ଅନୁସାରେ ବିଦ୍ୟାଳୟ ରେ ପିଲାଙ୍କ ନାମଲେଖା ବେଟି ଵଚାଓ ଵେଟି ପଢାଓ ଛାତ୍ରୀଙ୍କ ପାଇଁ ସରକାରୀ ଚାକିରୀ ପାଇଁ ସରକାରୀ ବ୍ୟବସ୍ଥା ଆଦି ବିଷୟରେ ବୁଝାଇଥିଲେ। ଏହି ବୈଠକରେ ପରିଚାଳନା କମିଟିର ସଞ୍ଜୟ କୁମାର ପାଣିଗ୍ରାହୀ ନିମାଇଁ ଚରଣ ବେହେରା ସନାତନ କାଲୋ କୁମୁଦିନୀ ପ୍ରଧାନ ସଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ଏମଟିଏ  ଶ୍ରୀମତୀ ରାନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done