କଙ୍ଗାରୁ କୋର୍ଟ ଘଟଣାରେ ୪ ଜଣ ଗିରଫ


 କଙ୍ଗାରୁ କୋର୍ଟ ଘଟଣାରେ ୪ ଜଣ ଗିରଫ । ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ ରାଉତବାହାଲ ଗ୍ରାମ ରେ ଘଟିଥିବା କଙ୍ଗାରୁ କୋର୍ଟ ମାମଲା ରେ ପୋଲିସ 4 ଜଣ କୁ ଅଟକ ରଖି ପଚରା ଉଚୁରା କରିଥିଲା । ଅଟକ ଥିବା ବ୍ୟକ୍ତି ମାନେ ହେଲେ ମହେନ୍ଦ୍ର କିଶାନ,ନବୀନ ପୀଙ୍ଗ,ଶତ୍ରୁଘ୍ନ କିସାନ୍,ସୁଶାନ୍ତ ପିଙ୍ଗ । ସ୍ୱାମୀର ନିର୍ଯାତନା ସହି ନପାରି ହାତ ଉଠାଇଲେ ବୋଲି ମହିଳାଙ୍କୁ ଲଣ୍ଡା କରିଦେଲା କଙ୍ଗାରୁ କୋର୍ଟ । କେବଳ ସେତିକି ନୁହେଁ ବରଂ ଜାତିରୁ ବାସନ୍ଦ କରି ତାଙ୍କୁ ପୁଣି ଥରେ ଜାତିରେ ମିଶାଇବା ପାଇଁ ଖାସି ମାଂସର ଭୋଜି ସହିତ ଦୁଇଟି  ଦେଶୀ କୁକୁଡ଼ା ୫ହଜାର ଟଙ୍କା ଦେଇ ଜାତି ହେବାକୁ ବାଧ୍ୟ କରିଥିଲେ ଜାତି ସମାଜର ଲୋକେ । ଏହି ଘଟଣା କୁ କେନ୍ଦ୍ର କରି ଥାନାରେ ମାମଲା ଦାୟର କରିଥିଲେ ମହିଳା ଜଣକ ।ଏହି ଘଟଣାକୁ କେନ୍ଦ୍ରକରି ପୋଲିସ 4 ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done