ତହସିଲ କାର୍ଯ୍ୟାଳୟରେ ଉଇ ପୋକ ଫର୍ନିଚର ସହ କାଗଜପତ୍ର ନଷ୍ଟ ହେବାର ସମ୍ଭାବନା


 ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଫର୍ନିଚର ସହ ଅନେକ ଗୁଡ଼ିଏ କାଗଜପତ୍ରରେ ଉଇ ଲାଗି ନଷ୍ଟ ହେବାରେ ଲାଗିଛି l ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ତହସିଲ କାର୍ଯ୍ୟାଳୟରେ l କୋଟି କୋଟି ଟଙ୍କା ବ୍ୟୟରେ ପୁରୁଣା ତଥା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅନେକ ଗୁଡ଼ିଏ କୋଠାକୁ ଭାଙ୍ଗି ତା ବଦଳରେ ନୂଆ କୋଠା ନିର୍ମାଣ କରାଯାଉଛି l କାଗଜପତ୍ର ଗୁଡ଼ିକ ପାଇଁ ପୁରୁଣା ଦଦରା ଫର୍ନିଚର ସ୍ଥାନରେ ନୂଆ ଫର୍ନିଚରର ବ୍ୟବସ୍ଥା ହେଉଛି l ହେଲେ କର୍ମଚାରୀଙ୍କ ଅବହେଳା ତଥା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଝାରସୁଗୁଡା ତହସିଲ କାର୍ଯ୍ୟାଳୟରେ ଉଇ ଲାଗି ଫର୍ନିଚର ସହ ଅନେକ ଗୁଡିଏ କାଗଜପତ୍ର ନଷ୍ଟ ହେବାରେ ଲାଗିଛି l ତହସିଲ ଭଳି ଏକ ଗୁରୁତ୍ୱପୁର୍ଣ୍ଣ ବିଭାଗରେ କାଗଜପତ୍ରରେ ଉଇ ଲାଗି ଅସୁରକ୍ଷିତ ଭାବେ ପଡି ରହିଥିବା ସତ୍ବେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ l ଉଇର ପ୍ରତିକାର କରାନଗଲେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବାର ସମ୍ଭାବନା ରହିଛି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done