ଗତ କାଲି ବେହେରାପାଟ ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଥିବା ନେଇ,ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଝାରସୁଗୁଡ଼ା ଏସପି


 ଗତ କାଲି ଝାରସୁଗୁଡ଼ା ବେହେରାପାଟ ନିକଟ ରେ ଗୁଳିକାଣ୍ଡ ଘଟିଥିଲା।ଏହି ଘଟଣା ରେ ପୋଲିସ ଚାରି ଜଣ ଅଭିଯୁକ୍ତ କୁ ଗିରଫ କରିଛି।କୁକୁଡ଼ା ବ୍ୟବସାୟୀ କୁ ନେଇ ଭାଇ ଭାଇ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା।ଏହାକୁ ନେଇ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ନେଇ ଝାରସୁଗୁଡ଼ା ଏସ ପି ଆଜି ସକାଳେ  ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ପ୍ରଥମେ ହତ୍ୟା କରିବା ପରେ ଏକ କାର  ରେ ଶବ କୁ ନେଇ ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲ୍ଲା ମଝିରେ ଥିବା ରମ୍ପେଲା ବ୍ରିଜ ରୁ ଶବ କୁ ଫୋପାଡି ଦେଇଥିଲେ। ପରେ ପୋଲିସ ଘଟଣା ସମ୍ପର୍କ ରେ ଜାଣିବା ପରେ ଚାରି ଜଣ ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି।ଅଭିଯୁକ୍ତ ମାନେ ମଙ୍ଗଳ ବଜାର ର ଇମ୍ରାନ ଖାଁ, ୱାଶିମ୍ ଅକ୍ରମ୍,ଆଯାଜ୍ ଖାଁ ଓ ସହବାଜ ଖାଁ।ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୧୮ ଟି ଗୁଳି ୨ ଟି ବନ୍ଧୁକ,ହତ୍ୟା ରେ ବ୍ୟବହାର ହୋଇଥିବା କାର,ଗୋଟିଏ ସ୍କୁଟି ସହିତ ଅଭିଯୁକ୍ତ ପିନ୍ଧିଥିବା ରକ୍ତ ଲଗା କପଡ଼ା ଜବତ କରିଛି।ତେବେ ଅଭିଯୁକ୍ତ ମାନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ରିମାଣ୍ଡ ଆବେଦନ କରିବ ବୋଲି ଝାରସୁଗୁଡ଼ା ଏସ ପି ସ୍ମିତ ପରମାର ସୂଚନା ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done