ଆଜି ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବେଶ୍ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ସମାଜସେବୀ ଶ୍ରୀମତୀ ମିନର୍ଭା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦ୍ଵୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ସେହିପରି ଅବସର ପ୍ରାପ୍ତ ପ୍ରଧାନ ଶିକୟିତ୍ରୀଙ୍କୁ ଶ୍ରୀମତୀ ପୁଷ୍ପଲତା ପଟେଲ ସହକାରୀ ଶିକ୍ଷକ ସୁରେଶ ବିଶି ସମାଜସେବୀ ସୁନୀତା ସିଂ ପଞ୍ଚପଡ଼ା ସିଆରସିସି ସୁରଜ୍ ପଟେଲ ଆଦି ସମ୍ମାନୀତ ଅତିଥି ଭାବରେ ମଞ୍ଚାସିନ ଥିଲେ। ବିଦ୍ୟାଳୟର ସମ୍ପାଦକ ଦିଗାମ୍ବର ମାଝୀ ଅତିଥି ପରିଚୟ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ। ମମତା ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଞ୍ଚପଡ଼ା ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ବିଭିନ୍ନ ବେଶରେ ଥିବା ରାଧା, କୃଷ୍ଣ ଆଦି ନଗର ପରିକ୍ରମା କରିଥିଲେ। ନର୍ସରୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪ ଟି ପର୍ଯ୍ୟାୟ ରେ ଶିଶୁଙ୍କ କୌତୁକ ବେଶ ପ୍ରତିଯୋଗିତା ହୋଇଥିଲା।ବଡ଼ ଶିଶୁଙ୍କ ମଧ୍ୟରେ ଗୀତା ପାଠ ଓ ହନୁମାନ ଚାଳିଶା ଆଦି ପାଠ ର ପ୍ରତିଯୋଗୀତା କରାଯାଇଥିଲା।ଶିଶୁଙ୍କ ମାଆ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ରଙ୍ଗୋଲୀ ପ୍ରତିଯୋଗିତା କରାଯାଇଥିଲା।ଶିଶୁଙ୍କ ମଧ୍ୟରେ ରାଧା କୃଷ୍ଣ ବେଶ ଧାରି ଙ୍କୁ ସ୍ୱତନ୍ତ୍ର ଭାବରେ ଏକ ଦୋଳି କରାଯାଇ ଦୋଳନ କରାଯିବ ସହିତ ଭଗବାନ ଶ୍ରୀ କୃଷ୍ଣ ଙ୍କ ବେଶରେ ପ୍ରେମ୍ ଜମକିଆର ଭାଇ ପିରାମିଡ୍ ମାଧ୍ୟମରେ ଦାଧି ହାଣ୍ଡି ଭାଙ୍ଗିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ/ଗୁରୁମା ସକ୍ରିୟ ଭାବରେ ଦାୟିତ୍ଵ ର ସହ ତୁଲାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୋକ୍ଷକାନ୍ତ ନରବେଣା, ଉଦିତ କୁମାର ପଣ୍ଡା , ସୁନିଲ କୁମାର ସାହୁ, ପ୍ରେମାନନ୍ଦ ପଟେଲ,ଝରଣା ସୁନାନି ଆଦି ଉପସ୍ଥିତ ରହି ଦାୟିତ୍ଵ ର ସହ କାର୍ଯ୍ୟକ୍ରମକୁ ସାକାର କରିଥିଲେ।ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଶ୍ରୀ କୃଷ୍ଣ ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲ। ।ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର ଧନ୍ୟବାଦ୍ ଅର୍ପଣ କରିଥିଲେ।
0 Comments