ଦୁର୍ଘଟଣାରେ ମୃତ୍ୟୁ ପରେ ୪ଟି ପରିବାରକୁ ଅଙ୍ଗ ଦାନ କଲେ ଝାରସୁଗୁଡ଼ା ପଞ୍ଚପଡ଼ା ଗାଁର ମହିଳା ରଶ୍ମିପ୍ରଭା ପଟେଲ


 ଦୁର୍ଘଟଣାରେ ମୃତ୍ୟୁ ପରେ ୪ଟି ପରିବାରକୁ ଅଙ୍ଗ ଦାନ କଲେ ଝାରସୁଗୁଡ଼ା ପଞ୍ଚପଡ଼ା ଗାଁର ମହିଳା ରଶ୍ମିପ୍ରଭା ପଟେଲ ।

ହୃଦୟ, କିଡ଼ନୀ ଓ ୨ଟି ଫୁସଫୁସ ଦାନ କରି ଅନ୍ୟର ଜୀବନ ବଞ୍ଚାଇଛନ୍ତି ରଶ୍ମିପ୍ରଭା । ସ୍ତ୍ରୀଙ୍କ ମୃତ୍ୟୁ ପରେ ରଶ୍ମିଙ୍କ ସ୍ବାମୀଙ୍କ ନିଷ୍ପତ୍ତି ।

ନିଜ ନିଜ ଜୀବନ ବ୍ୟସ୍ତତା ମଧ୍ୟରେ ଏବେ ବି ବଞ୍ଚିଛି ମାନବିକତା । ନିଜ ଜୀବନ ଗଲା ପରେ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଭଳି ପୁଣ୍ୟ କାମ କରିଛନ୍ତି ଜଣେ ମହିଳା । ମହିଳାଙ୍କ ଦୁର୍ଘଟଣାରେ ଜୀବନ ଯିବା ପରେ ଏପରି ଏକ ପ୍ରଶଂସନୀୟ ଏବଂ ମାନବ ଧର୍ମୀ କାର୍ଯ୍ୟ କରିଛନ୍ତି ମହିଳାଙ୍କ ସ୍ଵାମୀ । ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ଠାରେ ରହୁଥିବା ରଶ୍ମିପ୍ରଭା ପଟେଲ ବାଇକ୍ ଦୁର୍ଘଟଣାରେ ବ୍ରେନ୍ ହେମରେଜ୍ ହୋଇଥିଲା । ଏବଂ ଏହି କ୍ରମରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ତାଙ୍କ ଜୀବନ ବ୍ୟର୍ଥ ଯିବା କୁ ନ ଦେଇ ତାଙ୍କ ସ୍ଵାମୀ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଚାରି ଜଣଙ୍କୁ ରଶ୍ମିପ୍ରଭା ହୃଦୟ, କିଡ଼ନୀ ଓ ୨ଟି ଫୁସଫୁସ ଦାନ କରାଯାଇଛି । ଏହି ସଂସାର ରୁ ଯାଉ ଯାଉ ଚାରି ଜଣଙ୍କୁ ଜୀବନ ଦାନ କରି ଚାଇଛନ୍ତି ରଶ୍ମିପ୍ରଭା । ତାଙ୍କର ଏହି ମହାନ କାର୍ଯ୍ୟକୁ ସମସ୍ତ ମନେ ରଖିବେ । ଆଜି ସମସ୍ତଙ୍କ ନଜରରେ ରଶ୍ମିପ୍ରଭା ଏବେ ଶିଖରରେ ବାସ କରୁଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done