୨୧ ଅଗଷ୍ଟ ଭାରତ ବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀ


 ଅନୁସୁଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ହୋଟେଲ ଆତିଥ୍ୟ ଝାରସୁଗୁଡା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ତା ୦୧.୦୮.୨୦୨୪ ଦିନ ଅନୁସୁଚିତ ଜାତି ଓ ଜନଜାତି ସଂରକ୍ଷଣ ବିରୋଧରେ ଦେଇଥିବା ରାୟ ବିଷୟରେ କମିଟିର ସଭାପତି ଲକ୍ଷ୍ମୀ ଚରଣ ପାଲ ବିସ୍ତୃତ ଭାବରେ ଜଣାଇଥିଲେ। ଅନୁସୁଚିତ ଜାତି ଓ ଜନଜାତିକୁ ବିଭାଜନ କରିବା ନିମନ୍ତେ ମାନ୍ୟବର ଆଦାଲତ ଉପ ବର୍ଗୀକରଣ ଓ କ୍ରମିଲେୟର ଗୋଷ୍ଠୀ ନିରୁପଣ କରିବା ପାଇଁ ରାଜ୍ୟ ଗୁଡିକୁ ଦେଇଥିବା ନିର୍ଦ୍ଦେଶ ଅନୁସୁଚିତ ଜାତି ଓ ଜନଜାତି ବିରୋଧୀ ରାୟ ଅଟେ। ମାନ୍ୟବର ଆଦାଲତଙ୍କ ଏହି ରାୟ ଫଳରେ ଆଗାମୀ ଦିନରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏହି ରାୟ ବିରୋଧରେ ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା ଭାରତ ବନ୍ଦ ଆନ୍ଦୋଳନ ଆହ୍ୱାନକୁ ସଫଳ କରିବା ପାଇଁ ଝାରସୁଗୁଡା ଜିଲ୍ଲା ସ୍ତରରେ ଅନୁସୁଚିତ ଜାତି ଓ ଜନଜାତିର ମିଳିତ କ୍ରିୟାନୁଷ୍ଠାନ କମିଟି ସ୍ଥିର କରିଥିବା ସୂଚନା ପ୍ରଦାନ କରିଛନ୍ତି। ବନ୍ଦ ସମୟରେ ଜରୁରୀ କାଳୀନ ସେବା ଗୁଡିକ ବାଦ ଦିଆଯିବ। ଏହାକୁ ରାଜନୈତିକ ସଂଗଠନ ଯଥା ବିଏସପି, ସିପିଆଇ, ସିପିଏମ ଓ ବିଭିନ୍ନ ସାମାଜିକ ଓ ବୈପ୍ଳବିକ ସଂଗଠନ ଯଥା ସମ୍ମିଳିତ ଆଦିବାସୀ ସମାଜ, ଲୋକମୁକ୍ତି ସଂଗଠନ, ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ, ଛାତ୍ର ସାମ୍ମୁଖ୍ୟ, କୋଶଳ ସେନା, ଏଆଇଟିଇଉସି, ସିଟୁ, ସଂଖ୍ୟାଲଘୁ ସଂପ୍ରଦାୟ, ଆଦିବାସୀ ମହିଳା ଓ ନାରୀ କଲ୍ୟାଣ ସଂଘ,  କିସାନ ସମାଜ, ଆଦିବାସୀ ଶକ୍ତିପୀଠ ସେବା ଟ୍ରଷ୍ଟ, ଲକ୍ଷେଘର ଗଣ୍ଡା ସମାଜ ତଥା ଅନ୍ୟାନ୍ୟ ସାମାଜିକ ସଂଗଠନ ନେତୃବୃନ୍ଦ ଯୋଗ ଦେଉଥିବା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ପୂର୍ବତନ ସଭାପତି ତ୍ରିନାଥ ଗୁଆଲ, ସମ୍ମିଳିତ ଆଦିବାସୀ ସମାଜ ଉପଦେଷ୍ଟା ପ୍ରଭାକର ଓରାମ, ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ବୁଦୁଲା, ବିଏସପି ଜିଲ୍ଲା ସଂଯୋଜକ କାର୍ତ୍ତିକ ଘୁଘର, ଯୁବ ସଭାପତି ଲିଙ୍ଗରାଜ ପ୍ରଧାନ, ବିଏସପି ଜିଲ୍ଲା ପ୍ରଭାରୀ ଭାସ୍କର ଗର୍ଡିଆ, କେଏସପିଏମ ସଭାପତି ରତ୍ନାକର ପ୍ରଧାନ, ମନୋଜ କିସାନ, ନିରଞ୍ଜନ ପ୍ରଧାନ, ଶଙ୍କର ପୋଡ, ଚନ୍ଦ୍ରେଶ୍ୱର ରାମ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done