ବ୍ରଜରାଜନଗର - ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂହାରପୁର ମନ୍ଦିର ପରିସରରେ ସୋମବାର ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତ ମାନେ ପବିତ୍ର ପୋଖରୀରେ ବୁଡ଼ ପକାଇ ପବିତ୍ର ଜଳ ଉଠାଇ ଥିବାର ଦେଖାଯାଇଥିଲା । ଆଜି ଶ୍ରାବଣ ମାସର ପଞ୍ଚମ ପାଲି ଅର୍ଥାତ୍ ଶେଷ ସୋମବାର ହୋଇଥିବାରୁ ନିଜ ନିଜ ର ମନସ୍କାମନା ପୂରଣ ପାଇଁ ଦିନସାରା ବହୁତ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଶିବ ମନ୍ଦିରରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଶାନ୍ତି ଶୃଙ୍ଖଳା ସହିତ ମହାଦେବଙ୍କୁ ଦର୍ଶନ କରି ଫଳ ଫୁଳପତ୍ର ନୈବେଦ୍ୟ ନାରିକେଳ ଅର୍ପଣ କରି ଧୂପ ଦେଇ ଜଳ ଲାଗି କରୁଛନ୍ତି ଭକ୍ତମାନେ । ଚଳିତ ବର୍ଷର ଶ୍ରାବଣ ମାସ ସହିତ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୧୯ ତାରିଖ ଶେଷ ସୋମବାର ପଡ଼ି ଥିବାରୁ ମନ୍ଦିର ପରିସରରେ ବହୁତ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମନ୍ଦିର ଲାଗିକି ଜାତୀୟ ସଡ଼କ ହୋଇଥିବାରୁ ଗାଡ଼ି ମଟର ରଖିବାକୁ ବହୁତ୍ ଅସୁବିଧା ର ସମ୍ମୁଖୀନ ଦେଖିବାକୁ ମିଳିଥିଲା । ଲଖନପୁର ପୋଲିସ ମଧ୍ୟ ଯାତ୍ରୀ ମାନଙ୍କୁ ନିୟନ୍ତ୍ରଣ କରୁଛି । ମନ୍ଦିର ପରିସରରେ ଭକ୍ତ ମାନଙ୍କ ଦ୍ଵାରା ପ୍ରସାଦର ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଥିଲା । ୧୧ ବର୍ଷ ଧରି ଶେଷ ସୋମବାର ମନ୍ଦିରରେ ଗାନ୍ଧୀଛକ ରା.କଟାପାଲି ଗ୍ରାମର ଭକ୍ତ ମାନେ ଅନ୍ନ ପ୍ରସାଦର ବ୍ୟବସ୍ଥା କରୁଛନ୍ତି ।
0 Comments