ଲଇକେରା ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ମୁଖ୍ୟାଳୟରେ ଥିବା ବ୍ଳକ ସମ୍ମିଳନୀ କକ୍ଷରେ ତାରିଖ ୨୯/ଜୁଲାଇ/୨୦୨୪ ମସିହା ସୋମବାର ଦିନ ଲଇକେରାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରରେ ସର୍ବମୋଟ ୨୮ଟି ସମସ୍ୟାର ସମାଧାନ କରିଥିବାବେଳେ ସେଥିମଧ୍ୟରୁ ୧୮ ଜଣଙ୍କ ବ୍ୟକ୍ତିଗତ,୧୦ ଜଣଙ୍କ ଗୋଷ୍ଠୀ ହିସାବରେ ଓ ପୁଷ୍ପା ସିଂହ ର ପୁଅର ଚିକିତ୍ସା ପାଇଁ ରେଡ୍ କ୍ରସ ପାଣ୍ଠିରୁ ୫୦୦୦ ହଜାର ଟଙ୍କା ସହାୟତା ରାଶି ଜିଲ୍ଲାପାଳ ଝାରସୁଗୁଡ଼ା ଙ୍କ ଜରିଆରେ ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଝାରସୁଗୁଡ଼ା ଶ୍ରୀମାନ ପରମାର ସ୍ମିଥ୍, ଶ୍ରୀମାନ ସବ୍ୟସାଚୀ ପଣ୍ଡା ଉପଜିଲ୍ଲାପାଳ ଝାରସୁଗୁଡ଼ା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଝାରସୁଗୁଡ଼ା, ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,ପି.ଡି.ଡିଆରଡିଏ, ଝାରସୁଗୁଡ଼ା, ଶ୍ରୀମାନ ଅଲେଖ ଚନ୍ଦ୍ର ଘୁଟା ବିଡ଼ିଓ ଲଇକେରା ବ୍ଳକ, ଶ୍ରୀମାନ ସଞିତ ନାଏକ ବ୍ଳକ ଅଧ୍ୟକ୍ଷ ଲଇକେରା ବ୍ଳକ, ଶ୍ରୀ ପ୍ରମୋଦ କୁମାର ଦେହୁରୀ ଏବିଡିଓ ଲଇକେରା, ଜିଲ୍ଲା ଓ ଲଇକେରା ବ୍ଳକ ର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ। ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done