ପବିତ୍ର ମହରମ ପର୍ବ ପାଳନ ଉପଲକ୍ଷେ ଶାନ୍ତି କମିଟି ବୈଠକ


 

ଝାରସୁଗୁଡା  ଜିଲ୍ଲାରେ ପବିତ୍ର ରମଜାନ ପର୍ବ ପାଳନ ଉପଲକ୍ଷେ ପ୍ରସ୍ତୁତି ତଥା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର , ଆଇ ଏ ଏସ୍ ପ୍ରବେଶନର ସି ସର୍ବାନନ,ଅତିରିକ୍ତ ଜିଲ୍ଲାପାଳ(ସାଧରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା , ବିଭିନ୍ନ ମସଜିଦ କମିଟି କର୍ମକର୍ତ୍ତା , ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।  ବୈଠକରେ ଶାନ୍ତି ଶୃଙ୍ଖଳା ରକ୍ଷା , ଶୋଭାଯାତ୍ରା, ଟ୍ରାଫିକ ନିୟନ୍ତ୍ରଣ, ଯାନବାହାନ ରହଣି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ନେବା ଆଣିବା ଉପରେ କଟକଣା ଜାରି କରାଯାଇଛି। ସେହିପରି ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।  ସାମ୍ପ୍ରଦାୟିକ ସଦ୍ଭାବ ବ୍ୟାହତ ହେବା ଭଳି କୌଣସି ସମ୍ବାଦ ପରିବେଷଣ ନକରିବା ପାଇଁ ସାମାଜିକ ଗଣମାଧ୍ୟମଗୁଡିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଏହାର ବ୍ୟତିକ୍ରମ ହେଲେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦିଆଯାଇଛି।ଶୋଭାଯାତ୍ରା କେବଳ ସମ୍ପୃକ୍ତ ଅଞ୍ଚଳରେ ସୀମିତ ରଖିବାକୁ ଆଲୋଚନା କରାଯାଇଥିଲା ଓ ସମ୍ପୃକ୍ତ ଅଞ୍ଚଳରେ ନାକାବନ୍ଦୀ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଗାମୀ ମହରମ ପର୍ବ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ବଜାୟ ରଖି ପାଳନ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done