ଜଉ ମା ଜନ୍ମ ଦିଏ କଣ ସିଏ କେବେ ହତ୍ୟା କରିପାରେ ଭାବିଲେ ବି ବିଶ୍ୱାସ ହିଁ ହଉନି। ମା ର କୋଳ ଦୁନିଆଁର ସବୁଠୁ ସୁରକ୍ଷିତ ସ୍ଥାନ, ହେଲେ ସେଇ ମା ସାଜି ଯାଇଛି ମୃତ୍ୟୁର କାରଣ ନିଜ ହାତରେ ହତ୍ୟା କରିଚି ନିଜ ସନ୍ତାନକୁ। ଖଟରେ 2 ବର୍ଷର ଶିଶୁକନ୍ୟାର ଶବକୁ ଚାଡ଼ି ଘରୁ ସବୁ ସୁନା ଗହଣା ଧରି ଫେରାର ହୋଇଯାଇଥିବା ମା । ବାପା କାମରୁ ଫେରିବା ପରେ ଘରେ ଝିଅର ଶବ ପଡ଼ିଥିବା ବେଳେ ମା' ଘରୁ ଗାୟବ ହୋଇଯାଇଚି । ଏପରି ଘଟଣା ଦେଖିବାକୁ ମିଳିଥିଲା ଲଖନପୁର ଥାନା ଅଞ୍ଚଳରେ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ମାଉଳିବେଣ୍ଡା ଗ୍ରାମରେ ମଙ୍ଗଳବାର ଘଟିଥିବା ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ସୂଚନା ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗ୍ରାମର ବିଦ୍ୟାଧର ବାଗ ମଙ୍ଗଳବାର ଅପରାହ୍ନରେ କାମରୁ ଘରକୁ ଫେରିଥିଲେ । ଏହି ସମୟରେ ଘରରେ ଖଟ ଉପରେ ତାଙ୍କର ଝିଅର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ, କିନ୍ତୁ ପାଖରେ ନା ଥିଲା ମା ,ବହୁ ଖୋଜା ଖୋଜି ପରେ ବିଦ୍ୟାଧରଙ୍କ ପତ୍ନୀ ଝରଣାଙ୍କ କନକତୋରା ଅଞ୍ଚାଲରେ ପାଇଥିଲେ । ସେ ନିଜ ଝିଅ ର ହତ୍ୟା କରି ସବୁ ସୁନା ଗହଣା ଧରି ଫେରାର ହେଇଯାଇଥିଲା।
0 Comments