ଚିତ୍ରାଙ୍କନ ପ୍ରତଯୋଗୀତାରେ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ଝାଡ଼େଶ୍ୱରୀ ସ୍ଵତନ୍ତ୍ର ସ୍କୁଲର ମାନସିକ ଦିବ୍ୟାଙ୍ଗ ଛାତ୍ରୀ ଅଞ୍ଜନା କିସାନଙ୍କ ସଫଳତା


 ସ୍ଥାନୀୟ ବୁଡ଼ାପଡା  ବୁରୋମାଲ ସ୍ଥିତ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ଦ୍ଵାରା ପରିଚାଳିତ ଝାଡ଼େଶ୍ୱରୀ ସ୍ବତନ୍ତ୍ର ବିଦ୍ୟାଳୟର  ମସ୍ତିଷ୍କ ପକ୍ଷଘାତ ଛାତ୍ରୀ ଅଞ୍ଜନା କିସାନ କୁ ମିଳିଛି ସଫଳତା l ପ୍ରକାଶ ଥାଉ ଯେ ଅଞ୍ଜନା ବର୍ତ୍ତମାନ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଜାତୀୟ ସ୍ତର କୁ ଉତ୍ତୀର୍ଣ୍ଣ ହେବା ବେଳେ ମହିଳା ଓ ଶିଶୁଵିକାଶ  ବିଭାଗ,ଓଡିଶା ସରକାରଙ୍କ ଅଧିନସ୍ଥ ଓଡିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ ସତ୍ୟନଗର ରାମମନ୍ଦିର ପାଖରେ ଥିବା ହୋଟେଲ ମେରିଟନ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଅଞ୍ଜନା କିସାନକୁ ପୁରସ୍କୃତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ରାଜ୍ୟ ସ୍ତରୀୟ ଉଚ୍ଚ ପଦାଧି କାରୀଙ୍କ ଠାରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ପ୍ରମାଣପତ୍ର ଓ ପୁରସ୍କାର ନେଇ ବରିଷ୍ଠ ସ୍ୱତନ୍ତ୍ର ପ୍ରଶିକ୍ଷିକା ସୁଲୋଚନା ସାହୁ ସାଥିରେ ଆଜି  ସକାଳେ ଭୁବନେଶ୍ୱର ରୁ ଝାରସୁଗୁଡା ଫେରି ଥିବା ବେଳେ ଝାଡ଼େଶ୍ୱରୀ  ସ୍କୁଲର ପକ୍ଷରୁ ପିଲା ମାନଙ୍କୁ ପ୍ରିନସିପାଲ ସମେତ ସମସ୍ତ କର୍ମଚାରୀ  କମିଟି ସଭ୍ୟ ସଭ୍ୟା ଫୁଲ ତୋଡ଼ା ଦେଇ ସ୍ବାଗତ କରାଯାଇଥିଲା l ଏଥିରେ ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର, ହରିଶଙ୍କର ପୁରୋହିତ ସମେତ ପରିଚାଳନା କମିଟି, ଉପଦେଷ୍ଟା କମିଟି ଓ ଦିବ୍ୟାଙ୍ଗଜନ ମଙ୍ଗଳ କମିଟି ସଭ୍ୟାଙ୍କ ଭିତରେ  ଖୁସିର ମାହୋଲ ଦେଖାଯାଇଛି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done