ମହିଳା ମହାବିଦ୍ୟାଳୟ କୁ ମିଲିଲା ନିଜସ୍ୱ ଜମି । ଜିଲ୍ଲାପାଳଙ୍କ ରକେଟ ସ୍ପିଡ ରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ । ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ବିବାଦ ବିଗତ ୩୦ ବର୍ଷ ରୁ ଉର୍ଦ୍ଧ ସମୟ ପଡି ରହିଥିବା ବେଳେ ଆଜି ଏହି ବିବାଦ ସମାପନ ଦିଗକୁ ଗତି କରିଛି । ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଟ୍ରଷ୍ଟିଙ୍କୁ ବିଗତ ବହୁ ବର୍ଷ ରୁ ଅପେକ୍ଷା ଥିବା ନିଜସ୍ୱ ଜମି ଅଧିନସ୍ତ ମହାବିଦ୍ୟାଳୟ ପରିସର ପାଇଁ ଜମି ଚିହ୍ନଟରେ ଆଶା ଆକାଂକ୍ଷା ର ପରିସମାପ୍ତି ଘଟିଛି । ୧୯୮୨ ମସିହା ରୁ ସୁଚନାମୂତାବକ ବିବାଦିତ ନିଜସ୍ୱ ମହାବିଦ୍ୟାଳୟ ଜମି ଅକ୍ତିଆର ମାମଲାରେ ଝାରସୁଗୁଡ଼ା ଏଜୁକେସନାଲ ୱେଲଫେୟାର ଟ୍ରଷ୍ଟ ଦ୍ବାରା ମହିଳା ମହାବିଦ୍ୟାଳୟ ଟ୍ରଷ୍ଟି କୁ ଆଜି ପ୍ରଥମେ ସାମ୍ବିଧାନିକ ଆଇନ ଅନୁଯାୟୀ ଦଲିଲ ଦସ୍ତାବିଜ ଜିଲ୍ଲା ଉପନିବନ୍ଧକ ଙ୍କ ଦ୍ଵାରା ମହାବିଦ୍ୟାଳୟ ପ୍ରାଧ୍ୟାପକ ସରୋଜ କୁମାର କୁଅଁର ଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଦଲିଲ ଦସ୍ତାବେଜ ରେ ୧ ଏକର ୧୬ ଡିସିମିଲ ପରିମିତ ୧୦ ଗୋଟି ପ୍ଲଟ କୁ ଏବଂ ୧୯୮୨ ମସିହା ରୁ ନିର୍ମିତ ଉକ୍ତ କୋଠା ର ପରିମାଣ ମୂଲ୍ୟ ୧୧ କୋଟି ୬୯ ଲକ୍ଷ ୩୭ ହଜାର ୩ ଶହ ୯୪ ଟଙ୍କାର କୋଠା ଏବଂ ଜମି କୁ ମହିଳା ମହାବିଦ୍ୟାଳୟ ଟ୍ରଷ୍ଟି କୁ ଝାରସୁଗୁଡ଼ା ଏଜୁକେସନାଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସ୍ୱଇଛା ପ୍ରଦାନ କରାଯାଇଛି । ଏହି ଜମି ପ୍ରଦାନ ଦଲିଲ ପ୍ରେଶନ ର ୨୪ ଘଣ୍ଟା ମଧ୍ୟରେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଏନେଇ ସୁଚନା ପ୍ରଦାନ କରିଛନ୍ତି । ଏହି ଖବର କୁ ନେଇ ଛାତ୍ରୀ ଏବଂ ବୁଦ୍ଧଜୀବୀ ମହଳରେ ଉତ୍ସାହ ଖେଳିଯାଇଥିବା ଦେଖିବାକୁ ମିଳିଛି ।
0 Comments