ଭୂମି ସୁରକ୍ଷା ସଂଗ୍ରାମ ସମିତି ପିପିଲିମାଲ ପକ୍ଷରୁ ପିପିଲୀମାଲ ଗ୍ରାମ ରେ ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି । ପିପିଲିମାଲ, ଜୟବୁଡ଼ିଆ, ବରତାପ, କୁଡ଼ାଲୋଇ କଟୁଯୋର ଆଦି ଗ୍ରାମରୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଉକ୍ତ ସଭାରେ ଯୋଗଦାନ କରିଥିଲେ । ସଭାରେ ଯୁବ ନେତା ତଥା ସମାଜସେବୀ ରାଧେଶ୍ୟାମ ପ୍ରଧାନ, ସମାଜସେବୀ ତଥା ଭୂମି ସୁରକ୍ଷା ସମିତି ର ଉପଦେଷ୍ଟା ବିରଞ୍ଚି ସାହୁ, ବରିଷ୍ଠ ନାଗରିକ ସଂଘ ର ସାଧାରଣ ସମ୍ପାଦକ ଗୁଣନିଧି ପତି, ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ର ସମ୍ପାଦକ ତଥା ଭୂମି ସୁରକ୍ଷା ସମିତି ର ଉପଦେଷ୍ଟା ଗୋପୀନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଭୂମି ସୁରକ୍ଷା ସଂଗ୍ରାମ ସମିତି ଆବାହନ ରେ ହୋଇଥିବା ଏହି ସଭା ରେ ଗୋପୀନାଥ ମାଝି ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭାରେ ଗତ ତା 24-01-2024 ରିଖ ଦିନ ଅନୁଷ୍ଠିତ ହୋଇଥିବା ଗ୍ରାମ ସଭା ବିଷୟରେ ଆଲୋଚନା କରାଗଲା । ବିଗତ ଗ୍ରାମ ସଭା ପାଇଁ ହୋଇଥିବା ବିଡ଼ିଓ ଙ୍କ ନୋଟିସ ଓ ସରପଞ୍ଚଙ୍କ ନୋଟିସ ମଧ୍ୟରେ କୌଣସି ତାରତମ୍ୟ ନ ଥିଲା । ଗ୍ରାମସଭା ବିବରଣୀ ର ନକଲ କୁ ଗ୍ରାମବାସୀ ଙ୍କୁ ପ୍ରଦାନ କରାଯିବା ନେଇ ଲଖନପୁର ତହସିଲଦାର୍ ପିପିଲିମାଲ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜଗଦଳା ଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଏ ପର୍ଯ୍ୟନ୍ତ ଗ୍ରାମସଭା ବିବରଣୀ ର ଗ୍ରାମବାସୀ ମାନଙ୍କୁ ଦିଆଯାଇ ନାହିଁ । ଯାହା ଲୋକଙ୍କ ମନରେ ଦୃଢ଼ ଅସନ୍ତୋଷ ସୃଷ୍ଟି କରୁଛି । ବିଗତ ଦିନ କଟୁଯୋର ଠାରେ ପର୍ଯ୍ୟାବରଣ ନିମନ୍ତେ ହୋଇଥିବା ଜଣଶୁଣାଣି ରେ କମ୍ପାନୀ କତୃପକ୍ଷ ଗୁଣ୍ଡା ଲଗେଇ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ଙ୍କୁ ସଭାରେ ପୁରାଇ ଦେଇ ନ ଥିଲେ ଓ ଭଡ଼ା ରେ ଅନ୍ୟ ଅଞ୍ଚଲରୁ ଲୋକ ବୋହି ଆଣି ସଭା କାର୍ଯ୍ୟ ର ଆୟୋଜନ କରିଥିଲେ। ଆଜିର ଏହି ସଭାରେ ଗତ ତା 24-01-2024 ରିଖ ଦିନ ପିପିଲିମାଲ ଅନୁଷ୍ଠିତ ହୋଇଥିବା ଗ୍ରାମ ସଭା କୁ ବେଆଇନ ବୋଲି ସମସ୍ତ ଉପସ୍ଥିତ ସମସ୍ତ ଅତିଥି ଓ ଗ୍ରାମ ବାସୀ ସମର୍ଥନ କରିଥିଲେ ଓ ଏହା ବିରୋଧରେ ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତି ହୋଇଥିଲା । । ହୀରାକୁଦ ନଦୀବନ୍ଧ ପାଇଁ ବିସ୍ଥାପନ ର ଦୁଃଖ ସହିଥିବା ଅନେକ ଲୋକ ବର୍ତ୍ତମାନ ଏହି ଅଞ୍ଚଳ ରେ ବସବାସ କରୁଛନ୍ତି , ପୁର୍ବ ବିସ୍ଥାପନ ପାଇଁ ଧାର୍ଯ୍ୟ 10 ଡିସିମିଲ ଜମି ସେମାନେ ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ହେଲେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସେମାନଙ୍କୁ ପୁଣି ଥରେ ବିସ୍ଥାପିତ ହେବାକୁ ପଡିବ,ଏହି ଅନ୍ୟାୟ ଆଉ କେତେ ଦିନ ଚାଲିବ ବୋଲି ସଭାରେ ଉପସ୍ଥିତ ଲୋକେ ପ୍ରଶ୍ନ କରିଥିଲେ । ଏହି ଅଞ୍ଚଳ ର ଏକ ଇଞ୍ଚ ଜମି ମଧ୍ୟ ବେଦାନ୍ତ ତଥା ଇଡକୋ ହାତ କୁ ଟେକି ଦିଆଯିବ ନାହିଁ ଓ ଜନସାଧାରଣ ଙ୍କ ଭିତରେ ଥିବା ବିରୋଧ ର ସ୍ୱର କୁ ଦୃଢ଼ ଭାବରେ ଉପସ୍ଥାପନ କରାଯିବ ବୋଲି କହିବା ସହ ବେଦାନ୍ତ କମ୍ପାନୀ ବିରୋଧରେ ଅଞ୍ଚଳ ବାସୀ ଏକଜୁଟ ହୁଅନ୍ତୁ ବୋଲି ଶ୍ରୀ ରାଧେଶ୍ୟାମ ପ୍ରଧାନ ଆହ୍ବାନ କରିଥିଲେ । ବେଦାନ୍ତ କମ୍ପାନୀ ର ମନମୁଖୀ କାର୍ଯ୍ୟ କୁ ଦୃଢ଼ ବିରୋଧ କରାଯିବ ବୋଲି ଶ୍ରୀ ବିରଞ୍ଚି ସାହୁ ନିଜ ବକ୍ତବ୍ୟ ରେ କହିଥିଲେ । ବେଦାନ୍ତ କମ୍ପାନୀ ର ଏହି କାର୍ଯ୍ୟ ପ୍ରଣାଳୀ ରେ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ କରୁଛି ବୋଲି ଶ୍ରୀ ଗୋପୀନାଥ ମାଝି ଅଭିଯୋଗ କରିଥିଲେ ।
ଭୂମି ସୁରକ୍ଷା ସମିତି ର ସଭାପତି ଶ୍ରୀ ନିରାକାର ବଢେଇ, ସମ୍ପାଦକ ଶ୍ରୀ ସଂଜିତ୍ ହାତୀ ମଧ୍ୟ ନିଜ ବକ୍ତବ୍ୟ ରେ କମ୍ପାନୀ ଗୁଣ୍ଡା ରାଜ୍ ଓ ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ବିରୋଧରେ କହିଥିଲେ।
ଏହି ସଭାରେ ସର୍ବ ସମ୍ମତି କ୍ରମେ ଶ୍ରୀ ରାଧେଶ୍ୟାମ ପ୍ରଧାନ ଙ୍କୁ ଭୂମି ସୁରକ୍ଷା ସମିତି ର ଉପସଭାପତି ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସଭାରେ କୋଷାଧ୍ୟକ୍ଷ ଶ୍ରୀ ମୁକେଶ ବଢେଇ , ସଦସ୍ୟ ଶ୍ରୀ ଚତୁର୍ଭୁଜ ଛତ୍ରିଆ, ବାବଲୁ ପ୍ରଧାନ, ଭୀମସେନ ପ୍ରମୁଖ ଉପସ୍ଥିତ ଥିଲେ ।
0 Comments