ଶ୍ରୀପୁରା ଠାରେ ନବ ଦାସ ଫାଉଣ୍ଡେସନ ତରଫରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ


 ଶ୍ରୀପୁରା ଗ୍ରାମ ପଞ୍ଚାୟତ ଠାରେ ନବ ଦାସ ଫାଉଣ୍ଡେସନ ତରଫରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୪  ଅନୁଷ୍ଠିତ ହୋଇଥିଲା l ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ହୋଇଥିବା ଏହି କ୍ରୀଡା ପ୍ରତିଯୋଗିତା ରେ ଗ୍ରାମର  ଅଙ୍ଗନବାଡି , ବାପୁଜୀ ସରକାରୀ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ମହିଳା, ବୟସ୍କ ଲୋକ ସମସ୍ତେ ଭାଗ ନେଇଥିଲେ l ସବୁ ବର୍ଗ ର ମୋଟ ୪୦ ଗୋଟି ଖେଳ ରେ ପ୍ରତିଯୋଗୀତା ହୋଇଥିଲା l ଉଦଘାଟନୀ ଉତ୍ସବରେ ଡ: ଦିବ୍ୟ ପ୍ରକାଶ ପଟ୍ଟନାୟକ, ଡ: ଦିବେନ୍ଦୁ କୁମାର ସାହୁ, ପ୍ରଧାନ ଶିକ୍ଷକ ଶ୍ରୀ ଧନୀରାମ ପଟେଲ , ମୁଖ୍ୟ ଜର୍ଜ ତ୍ରିନାଥ ତ୍ରିପାଠୀ, ଶ୍ରୀମତି ଚିତ୍ରେଣି ପଟେଲ ଝାରସୁଗୁଡା ବ୍ଲକ ଅଧ୍ୟକ୍ଷା, ଶ୍ରୀ ଦିଗାମ୍ବର ଭୋଇ ଜିଲ୍ଲା ପରିଷଦ ସଭ୍ୟ , ଶ୍ରୀପୁରା ନବ ପରିବାର ସଦସ୍ୟ,ମା ସମଲେଶ୍ଵରୀ ମହିଳା ଶକ୍ତି ଦୀପାଲି ସେନା ର ସଦସ୍ୟା ଉପସ୍ଥିତ ଥିଲେ ଏବଂ ଉଯ୍ୟାପନି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୁବ ନେତା ଶ୍ରୀ ବିଶାଳ ଦାସ ଏବଂ ସରପଞ୍ଚ ଶ୍ରୀମତୀ ଯୋଶୋବନ୍ତି ପାଣ୍ଡେ, ଅବସପ୍ରାପ୍ତ ଶିକ୍ଷକ ଶ୍ରୀ ଅକ୍ରୁର ପାଢ଼ୀ, ଦେବେନ୍ଦ୍ର ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ପ୍ରତିଯୋଗିତା କୁ ନବ ଦାସ ଫାଉଣ୍ଡେସନ ଶ୍ରୀପୁରା ର କୋ ଓଡିନେଟର ଗଣନାଥ ତ୍ରିପାଠୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଗ୍ରାମବାସି ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done