ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ପ୍ରସ୍ତୁତି ସରିଛି । ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଥିବା ବେଳେ ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରି ଏଠାରୁ ହେଲିକପ୍ଟର ଯୋଗେ ସମ୍ବଲପୁର କୁ ଯିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ବିମାନ ବନ୍ଦରରେ ସୁରକ୍ଷା ସ୍ଥିତି କିଭଳି ରହିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଡ. ଦୀପକ କୁମାର, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଏସ୍ପି ସ୍ମିତ୍ ପରମାର ପୁରୁଷୋତ୍ତମ, ପ୍ରଧାନମନ୍ତ୍ରୀଙ୍କ ଏସ୍ପିଜି ଓ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ । ଜରୁରୀକାଳୀନ ସ୍ଥିତି ପାଇଁ ବି ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ସମ୍ବଲପୁର କୁ ଯାଇ ସେଠାରେ ଆଇଆଇଏମ ର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ପାଇଁ ଉଭୟ ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, 5T ସଚିବ ପ୍ରମୁଖ ଉପସ୍ଥିତ ରହିବେ ।
0 Comments