ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟସ ଝାରସୁଗୁଡ଼ା ଜିଲ୍ଲା ଶାଖା ପକ୍ଷରୁ ସାମ୍ୱାଦିକ ସୁରକ୍ଷା ଆଇନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


 । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , କାର୍ଯ୍ୟରତ ସାମ୍ବାଦିକଙ୍କୁ  ମାସିକ ୨୦ ହଜାର ଓ ଅବସର ଗ୍ରହଣ କରିଥିବା ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଦାବି କରାଯାଇଛି । ଭୁବନେଶ୍ୱରକୁ ଯାଉଥୁବା ରାଜ୍ୟର ସାମ୍ବାଦିକଙ୍କ ରହଣି ସକାଶେ  "ସାମ୍ବାଦିକ ଅତିଥି ଭବନ" ନିର୍ମାଣ କରିବା ,

ପ୍ରତିବର୍ଷ ପଂଜିକରଣ ନବୀକରଣ  ପ୍ରକ୍ରୀୟାକୁ ବନ୍ଦ କରି  ସାମ୍ବାଦିକ ବୀମା ରାଶିକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା । 

ପାଇଁ SUJ ସଂଘ ପକ୍ଷରୁ  ଦୀର୍ଘ ୪ ବର୍ଷ ଧରି ନିରବିଛିନ ଭାବେ ରାଜ୍ୟ ସରକାରଙ୍କ ଠାରେ ଦାବି କରା ଯାଉଛି ।

ଦାବି ପୂରଣ ନେଇ  SUJ  ସଂଘ ପକ୍ଷରୁ ବହୁବାର ରାଜ୍ୟ ସରକାରଙ୍କ ନିଜଟରେ  ଦୃଢ ଦାବି ଉପସ୍ଥାପନ କରାଯାଇଛି । ମହାମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ମଧ୍ୟ ନିଆଯାଇଛି । ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାର ବିଧାୟକ ଙ୍କ ମାଧ୍ୟମରେ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି ।

ବର୍ତମାନ  ପୁଣି ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପତ୍ର ଦେବାକୁ ସମସ୍ତ ଜିଲ୍ଲା କମିଟିକୁ ଅନୁରୋଧ କରାଯାଇଛି

ଗତ ଫେବ୍ରୁଆରି ୯ ତାରିଖରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ SUJ ର ବାର୍ଷିକ ସମାବେଶ ପରେ ଖୁବ ଶୀଘ୍ର ଦାବି ପୁରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରଜାରଙ୍କ ମନ୍ତ୍ରୀ ଓ ବିଧାୟକ ଗଣ ସକାରାତ୍ମକ  ପ୍ରତିଶୃତି ଦେଇଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ନେଇ ତ୍ବରିତ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନାଛି ।

ଆଶା ରହିଛି  ରାଜ୍ୟସରକାର  ନିର୍ବାଚନ ପୂର୍ବରୁ SUJ ସଂଘ ପକ୍ଷରୁ ଦିଆଯାଇଥିବା  ସାମ୍ବାଦିକଙ୍କ ଦୀର୍ଘ ଦିନର ଦାବି ଗୁଡିକ ପୂରଣ କରିବେ । ତେବେ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଗଣମାଧ୍ୟମ ର କଣ୍ଠରୋଧ ହେଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଗତ ଦିନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହେଉଥିବା ଭଳି ଦୃଶ୍ୟ ଲୋକଲୋଚନକୁ ଆସିଛି । ତେବେ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବା ବର୍ତ୍ତମାନ ସମୟରେ ଅତି ଆବଶ୍ୟକ ହୋଇଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done