ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ୧୪ ଦଫା ଦାବୀ ନେଇ ଆଗାମୀ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ଵରରେ ଏକ ବଡ ଧରଣର ସମାବେଶର କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ସମାବେଶ ଜରିଆରେ ଶେଷ ଦାବୀପତ୍ର ଦେବାର ଥିଲା । ଇତି ମଧ୍ୟରେ ଗତ ଜାନୁଆରୀ ୧୩ ତାରିଖ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଓ ଏହା ପୂର୍ବରୁ ୧୨ ତାରିଖରେ ସଂଘର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ରାଜ୍ୟ ସରକାରଙ୍କ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ସମ୍ବଲପୁର ସାର୍କିଟ ହାଉସରେ ସାକ୍ଷାତ କରି ସଂଘର ଦାବୀ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା ଓ ରେଢାଖୋଲରେ ଅନୁଷ୍ଟିତ ସାଧାରଣ ସଭାମାନଙ୍କରେ ତୋଳାଳି – କର୍ମଚାରୀମାନେ ଶ୍ରୀ ପାଣ୍ଡିଆନଙ୍କୁ ଦୃଷ୍ଟି ଆକର୍ଷଣ କରି ଦାବିପତ୍ରମାନ ଦେଇଥିଲେ । ଏହାପରେ ଶ୍ରୀ ପାଣ୍ଡିଆନ ରେଢାଖୋଲ ସାଧାରଣ ସଭାରେ ଆଗାମୀ ୧୫ ଦିନ ମଧ୍ୟରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନଙ୍କ ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିବେ ଏବଂ ବହୁ ଦିନର ଦାବୀ କନ୍ୟା ବିବାହ ଆର୍ଥିକ ସହାୟତା ମଧ୍ୟ ପୁନରାୟ ପ୍ରଚଳନ କରାଯିବାକୁ ଏବଂ ଜି.ଏସ.ଟି ର ରାଜ୍ୟ ସରକାର ଅଂଶକୁ ମଧ୍ୟ କେନ୍ଦୁପତ୍ର ସଂସ୍ଥାକୁ ଦିଆଯିବା ଘୋଷଣା କରିଥିଲେ ।
ଏହି ଘୋଷଣାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥାସ୍ଥାପନ କରି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ଵରରେ ହେବାକୁ ଥିବା ସମାବେଶକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ୧୫ଦିନ ପରେ ସଂଘ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
0 Comments