ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼। ଶିଳ୍ପ ନଗରୀ ଝାରସୁଗୁଡ଼ା ସହରର ବିଭିନ୍ନ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଆଜି ସହରର ଝାଡେଶ୍ଵର ଶିବ ମନ୍ଦିର, ପାହାଡି ଶିବ ମନ୍ଦିର, ସରଵାହାଲ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ,ତ୍ରିନାଥ ମନ୍ଦିର ,ରାମ ମନ୍ଦିର ,କନକ ଦୁର୍ଗା ମନ୍ଦିର ,ଵେହେରାମାଲ ଦୁର୍ଗା ମନ୍ଦିର ,ତାରିଣୀ ମନ୍ଦିର , ସାଇ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ଭୋର୍ ଚାରିଟା ସମୟରୁ ଭକ୍ତମାନେ ମନ୍ଦିରରେ ଜଳାଭିଷେକ ସମେତ ପୂଜାପାଠ କରୁଥିଵାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ସହରର ସରଵାହାଲ ହନୁମାନ ମନ୍ଦିର ରେ ପୂଜକ ଅଜୟ ମିଶ୍ର ପୂଜା ଅର୍ଚ୍ଚନା ସମେତ ହୋମଯଜ୍ଞ କରିବା ସହିତ ବ୍ରାହ୍ମଣମାନଙ୍କ ଦ୍ଵାରା ହନୁମାନ ଚାଳିଶା ପାଠ ହୋଇଥିଲା। ଠିକ୍ ସେହିପରି ସରଵାହାଲ ତ୍ରିନାଥ ମନ୍ଦିର ରେ ପୂଜକ ଭଜମନ ପାଣିଗ୍ରାହୀ ତ୍ରିନାଥ ମେଳା ପଠନ କରିବା ସହିତ ପୂଜା ପାଠ ହୋଇଥିବା ବେଳେ ଭରତ ଜେନା ,ନିମାଇଁ ଚରଣ ବେହେରା ,ଅନିଲ କୁମାର ମିଶ୍ର ,ସୂଧୀର ମିଶ୍ର, ସୂର୍ଯ୍ୟ ମିଶ୍ର ,ଗୋବିନ୍ଦ ପଟେଲ୍ ସମେତ ସଦସ୍ୟ ମାନେ ସହଯୋଗ କରିଥିଲେ। ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ସହରର ବିଭିନ୍ନ ମନ୍ଦିରରେ ହନୁମାନ ଚାଳିଶା ପାଠ ହୋଇଥିବା ବେଳେ ସହରର ବିଭିନ୍ନ ଦୋକାନରେ ଗୁଡ଼ି ବିକ୍ରି ହେଉଥିବାବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
0 Comments