ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।


 ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ  ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂକୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଳୁ ଭକ୍ତମାନେ ରଥକୁ ନିଜ ନିଜ ଅଞ୍ଚଳରେ ଭକ୍ତିର ସହ ପରିକ୍ରମା କରାଇଥିଲେ। ପ୍ରତ୍ୟେକ ଘରୁ ଅକ୍ଷତ ଓ ଗୁଆ ସଂଗ୍ରହ କରାଯାଇଛି। ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କିର୍ମିରାରେ ଜି.ପାନପାଲି, ଝାରମାଲ,ଏ.ବାଗଡ଼ିହି, ତୁମ୍ବାଡିହି,କାଦୋପାଲି,ସାରସମାଲ,ପିତାମଲ,ବାଗଡ଼ିହି,ତେଲିଡିହି,ଗୁର୍ଲାବାହାଲ,ଝାରମୁଣ୍ଡା,ବଇଜାପାଲି, ବାରପନ,ଚମାରଡ଼ିହି, ଖଡଙ୍ଗାଡିହି ଉ କୁଲୁଥମାଲ ଅଂଚଳରେ ରଥ ପରିକ୍ରମା କରିଥିଲା। ସେହିପରି ଲଇକେରାରେ ତପଗୁଞ୍ଜା,ଗଂଜୁଡ଼ିହି,ଚାନ୍ଦିନୀମାଲ ଓ ସାହାସପୁର, କୋଲାବିରାରେ ପରମାଣପୁର,ପତ୍ରପାଲି,ସିରିଆପାଲି,କୁନ୍ଦୁରୁସିଂଘା, ଝରିଆପାଲି,ପଣ୍ଡକିମାଲ ଓ ବଡ଼ବାହାଲ , ଲଖନପୁର ବ୍ଲକରେ ରେମେଣ୍ଡା,ବାଘମୁଣ୍ଡା,ଜାମଗାଁ,ତିଲିଆ, ପଞ୍ଚଗାଁ ଓ ସମରବଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ,ଝାରସୁଗୁଡ଼ା ବ୍ଲକର ଦଲକୀ,ପୂର୍ଣ୍ଣା, ଏଚ କଟାପାଲି,ରାମପୁର,ମାଲଦା,ଖଇତ୍ , କୁଦପାଲି ଓ ଅଇଁଲାପାଲି ଆଦି ବିଭିନ୍ନ ଅଞ୍ଚଳରେ ଭକ୍ତି ଉଲ୍ଲାସର ସହ ରଥ ପରିକ୍ରମା କାର୍ଯ୍ୟ ଅନୁଷ୍ଠିତ ହୋଇଛି।ସମସ୍ତ ଅଞ୍ଚଳରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମିତି ସଭ୍ୟ , ୱାର୍ଡ ମେମ୍ବର ଓ ସରକାରୀ ପଦାଧିକାରୀ ଓ ସ୍ଥାନୀୟ  ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ସେହିପରି ବ୍ରଜରାଜନଗର ପୋୖରାଞ୍ଚଳ ର ତିନିଟି ୱାର୍ଡ , ଝାରସୁଗୁଡ଼ା ଓ ବେଲ ପାହାଡ଼ ପୋୖରାଞ୍ଚଳ ର ତିନିଟି ଲେଖାଏଁ ୱାର୍ଡରେ ଅର୍ପଣ ରଥ ପରିକ୍ରମା କରିବା ସହ ପ୍ରତି ଘରୁ ଅକ୍ଷତ ଓ ଗୁଆ ସଂଗ୍ରହ କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done