ଜିଲ୍ଲା ମହୋତ୍ସବ ଦୁଲ୍ ଦୁଲି ଚତୁର୍ଥ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି


 ଜିଲ୍ଲା ମହୋତ୍ସବ ଦୁଲ୍ ଦୁଲି ଚତୁର୍ଥ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି । ସକାଳେ ରଙ୍ଗୋଲି, ଝୁଟି ଓ ହୁଳ ହୁଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା କାର୍ଯ୍ୟକ୍ରମ ପରେ ରାଗଅନ୍ତରଙ୍ଗ ଏବଂ ରଙ୍ଗବତୀ ଗୀତ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ବିୟୁଟି ସୋ କାର୍ଯ୍ୟକ୍ରମ ହୋଇଅଛି । 

 ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ତଥା ୨୨ ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳାଇ ଓ ସମ୍ମାନିତ ଅତିଥି ଭାବରେ ଉତ୍ତରାଞ୍ଚଳ ପୁଲିସ ମହା ନିରୀକ୍ଷକ ଡ. ଦୀପକ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ସ୍ମିତ ପି.ପରମାର, ଏମ୍ଏସପି ମେଟାଲିକ ଏମଡି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯେ.ପି ଶର୍ମା ଯୋଗ ଦେଇ ଏହି ଦୁଲଦୁଲି କାର୍ଯ୍ୟକ୍ରମର ଭରପୁର ପ୍ରଶଂସା କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ  ରଘୁମଣି ପଟେଲ ସଂଯୋଜନା କରିଥିଲେ ଏବଂ ନରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଚତୁର୍ଥ ସନ୍ଧ୍ୟାରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ପୁନେର ମ୍ୟାଡାମ ରାମାଙ୍କ ଭାରତନାଟ୍ୟମ ପରିବେଷଣ ସାଙ୍ଗକୁ ଭୁବନେଶ୍ବର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରର ଓଡ଼ିଶୀ ନୃତ୍ୟ, ଖୋର୍ଦ୍ଧା କଳିଙ୍ଗ ପାଇକ କ୍ରିଏସନର ପାଇକ ଆଖଡା ଦର୍ଶକଙ୍କୁ ମୁଗ୍ଧ କରିଥିଲା । ସେହି ପରି ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ଲୋକକଳାର ସମ୍ଭାର ଦେଖିବାକୁ ମିଳିଛି । ସୋନପୁର ପଇଁରି ଅନୁଷ୍ଠାନ ପକ୍ଷରୁ ନଚନିଆ ନୃତ୍ୟ, ମଦମପୁର ସଙ୍ଗୀତ ସମ୍ମିତି ପକ୍ଷରୁ ପଞ୍ଚରସି ନୃତ୍ୟ, ବାମରା ସରଗମ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ପଞ୍ଜାବ ଜଳନ୍ଧର ଶେର ଇ ପଞ୍ଜାବୀ ର ଜିନ୍ଦୁଆ , ମହାରାଷ୍ଟ୍ର ରୀତୁ ଭାବେ ଗୃପ ର ଲାବନି ନୃତ୍ୟ ବେସ ଲୋକଙ୍କ ମନୋରଞ୍ଜନ କରାଇଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done