ପୂର୍ବତନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଅଦ୍ଵିତୀୟ ଜନନେତା ସ୍ବର୍ଗତ ନବ କିଶୋର ଦାଶ ଙ୍କ ସ୍ମୃତିରେ ଦିଲ୍ଲୀ ର ଭାରତୀୟ ସମ୍ବିଧାନ କ୍ଲବ Constitutional Club of India ଠାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଲୋକସଭା ସାଂସଦ ମହେଶ ସାହୁ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଜିବୁଲ୍ଲା ଖାଁ, ଶ୍ରୀମତୀ ସୁଲତା ଦେଓ, ନିରଞ୍ଜନ ବିଶି, ଭୁବନେଶ୍ୱର କଳିତା, ଲୋକ ସଂସ୍କୃତି ସଙ୍ଗଠନ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ସହିତ ବହୁ ସଂଖ୍ୟାରେ ପ୍ରବାସୀ ଓଡିଶାବାସୀ ଉପସ୍ଥିତ ଥିଲେ l ଓଡିଶା ର ନିର୍ଭିକ ଲୋକନେତା, ପରୋପକାରୀ, ଗରିବ ର ବନ୍ଧୁ, ନୁଆଁ ଝାରସୁଗୁଡା ଜ଼ିଲ୍ଲା ର ବିନ୍ଧାଣି ଦିବଙ୍ଗଦ ନେତା ସ୍ବର୍ଗତ ଦାଶ ଙ୍କ ସ୍ମୃତିଚାରଣ କରିବା ସହିତ ଅମର ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l
0 Comments