ଶନିବାର ସବୁ ସ୍କୁଲ, କଲେଜ ଛୁଟି


 ଜାନୁଆରୀ ୨୭ ତାରିଖରେ ସବୁ ସ୍କୁଲ୍, କଲେଜ୍ ରହିବ ଛୁଟି । ଏହି ଦିନ ସମ୍ବଲପୁର ସମଲେଇ ପ୍ରକଳ୍ପ ହେବାକୁ ଯାଉଛି ଲୋକାର୍ପଣ । ଆସନ୍ତା ଜାନୁଆରୀ ୨୭ ତାରିଖରେ ସମ୍ବଲପୁର ଠାରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି । ଏହି ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୭ ତାରିଖ ରାଜ୍ୟରେ ସମସ୍ତ ସ୍କୁଲ୍, କଲେଜ୍ ଛୁଟି ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ୨୭ ତାରିଖରେ ହେବ । ତେବେ ୨୦୨୧ ମସିହାରୁ ରାଜ୍ୟ ସରକାର ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ନିଷ୍ପତି ନେଇଥିଲେ । ମାଁ ସମଲେଶ୍ଵରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ , ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ପାଇଁ ଗୁରୁତ୍ବ, ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ବ ଓ ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ସୁଯୋଗ ସୃଷ୍ଟି କରିବା ଏହି ସମଲେଇ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା । ଯାହା ଆଜି ରାଜ୍ୟ ସରକାର ପୁରା କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done