ଲଇକେରା ବ୍ଳକ ଅନ୍ତର୍ଗତ ଭାତଲଇଡ଼ା ଗ୍ରାମ ପଞ୍ଚାୟତ ର ଓଡ଼ିଆପାଲି ସୁନାମାଲ ଠାରେ ଲୋକମୁକ୍ତି ସଙ୍ଗଠନ ଲଇକେରା କ୍ଷେତ୍ର ପକ୍ଷରୁ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨ ଏବଂ ମୋ ଜଙ୍ଗଲ ଜମି ଯୋଜନା ଉପରେ ଏକ ସଚେତନତା ସଭା ମୁରାଦିପାଲି ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ସଭାପତି ଶ୍ରୀ ରସାନନ୍ଦ କିସାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାତଲଇଡ଼ା ଗ୍ରାମର ଜଙ୍ଗଲ ଅଧିକାର କମିଟି ସଦସ୍ୟ ଶ୍ରୀ ଅଶୋକ କୁମାର ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭା ପରିଚାଳନା କରିଥିଲେ । ଉକ୍ତ ସଭା ରେ ସଂଗଠନ ର ମୂଖ୍ୟ ସଂଯୋଜକ ଶ୍ରୀ ଉମାକାନ୍ତ ନାଏକ ଓ ସଂଯୋଜକ ଜିନିତ ସାମାଦ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨ ଏବଂ ମୋ ଜଙ୍ଗଲ ଜମି ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି ସଭାରେ ଭାତଲଇଡ଼ା ଗ୍ରାମ ପଞ୍ଚାୟତ ରୁ ଓଡ଼ିଆପାଲି, ମୁରାଦିପାଲି ଓ ଭାତଲଇଡ଼ା ଗ୍ରାମ ର ଜଙ୍ଗଲ ଅଧିକାର କମିଟି ର ସଭାପତି, ସମ୍ପାଦକଙ୍କ ମାନଙ୍କ ମଧ୍ୟରୁ ଦଶରୁ ନାଏକ, ସ୍ୱର୍ଣ୍ଣଲତା ସାହୁ, ପଦ୍ମଲୋଚନ କିସାନ, ପରମାନନ୍ଦ ଜୟପୁରିଆ, ମଞ୍ଜୁଲତା ନାଏକ, ରୁକ୍ମଣୀ କିସାନ, ସଞ୍ଜୁ ସୁନାନୀ, ନିଶିକାନ୍ତ ପଟେଲ ପ୍ରମୁଖଙ୍କ ସହ ଜଙ୍ଗଲ ଅଧିକାର କମିଟି ର ସଦସ୍ୟ ସଦସ୍ୟା ମାନେ ଯୋଗଦାନ କରିଥିଲେ ।
0 Comments