ପୁରୀ ଶ୍ରୀ ମନ୍ଦିର ସେବାୟତମାନଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ଣରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି।


 ପୁରୀ ଶ୍ରୀ ମନ୍ଦିର ସେବାୟତମାନଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ବିତରଣ  କାର୍ଯ୍ୟକ୍ରମ ଆଜି ପୂର୍ବାହ୍ଣରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ରୁ ଚାରିଜଣିଆ ପ୍ରତିନିଧି ଦଳ ସଂସ୍କୃତି ଭବନଠାରେ ପହଁଚିବା ପରେ ଝାରସୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ଗଜରାଜ ପ୍ରଧାନ ଏବଂ ଚାରଭାଟିର ମା' ବସୁନ୍ଧରା ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ ରାଜପୁରର ରାଧାମାଧବ ସଂକୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ସ୍ୱାଗତ କରାଯାଇଥିଲା। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ ଯୋଗଦାନ କରିଥିଲେ। ପ୍ରଶାସନ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିନିଧି ମଣ୍ଡଳୀର ନୋଡାଲ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନର ପୁରୀ ଜିଲ୍ଲା ପ୍ରକଳ୍ପ ପରିଚାଳକ ବନଜକାନ୍ତ ମାହାରୀ ଓ ସଦସ୍ୟ ଭାବେ ସେବାୟତ ସିଂହାରୀ ହରିହର କର,ହରେକୃଷ୍ଣ କର ଓ ଦୀନକୃଷ୍ଣ କର ପରିକ୍ରମା ଯାତ୍ରାରେ ଆସିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମାତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରତିନିଧି ମଣ୍ଡଳୀର ବରିଷ୍ଠ ସଦସ୍ୟ ସେବାୟତ ସିଂହାରୀ ହରିହର କର ଓ ନୋଡାଲ ଅଧିକାରୀ ଶ୍ରୀ ମାହାରୀ ପରିକ୍ରମା ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରତିନିଧି ମଣ୍ଡଳୀ ପକ୍ଷରୁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଝାଡେଶ୍ୱର ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମହାପାତ୍ର ଓ କୁକୁରଜଂଘା   ଜଗନ୍ନାଥ ମନ୍ଦିର ପୂଜକ ମହନ୍ତ ବ୍ରହ୍ମାନନ୍ଦ ଦାସ ମହାରାଜ ଓ ସଭ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ସଂଯୋଜନା କରିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସୁରଙ୍ଗ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା, ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ କୁମାର ମହାରଣାଙ୍କ ସମେତ ମେହବୁବ ମହତାବ, ପିଣ୍ଟୁ ପାଢ଼ୀ,ଗଣେଶ ନାଏକ,ଦେବେନ୍ଦ୍ର ମହାପାତ୍ର , ରଞ୍ଜନ ମହାପାତ୍ର,ଅନୀଲ ସିଂ ପ୍ରମୁଖ  କାର୍ଯ୍ୟକ୍ରମରେ  ଉପସ୍ଥିତ ଥିଲେ। ରାଜେଶ ସେଠ,ସନ୍ଦୀପ ଓ ସମୀର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିନିଧି ମଣ୍ଡଳୀ ବାବା ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done