ପିପୁଲସ ଫୋରମର ୩୩ତମ ବାର୍ଷିକ ଉତ୍ସବ ପାଳନ


  ଝାରସୁଗୁଡା ଜିଲ୍ଲାରେ କଟାପାଲି ଠାରେ ଥିବା ମିଶନ ଆଶ୍ରା ସ୍ଥିତ ପିପୁଲସ ଫୋରମ ସ୍ବେତ୍ସାସେବୀ ଅନୁଷ୍ଠାନର ୩୩ତମ ବାର୍ଷିକ ଉତ୍ସବ ଖୁବ ଧୁମ ଧାମ ଓ ଆନନ୍ଦ ଉଲ୍ଲାସ ର ସହ ପାଳନ କରାଯାଇଥିଲା। ସକାଳେ ପିପୁଲସ ଫୋରମ ଦ୍ୱାରା ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପିପୁଲସ ଫୋରମ ର କର୍ମଚାରୀ ଓ ଅନ୍ୟାନ୍ୟ ଜନସାଧାରଣ ମାନେ ରକ୍ତଦାନ କରିବା ସହ ମୋଟ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲା ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ଗୋପଲଷ୍ମୀ ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନନ୍ଦ ମହାରଣା, ଅଧ୍ୟାପିକା ତଥା କବୟିତ୍ରୀ ଶ୍ରୀମତୀ ମନ୍ଦା କିନୀ ଶତପଥି, ଲଷ୍ମୀ ନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଝାରସୁଗୁଡା ଜିଲ୍ଲା ର ଅନ୍ୟାନ୍ୟ ସ୍ବେତ୍ସାସେବୀ ଅନୁଷ୍ଠାନ ମନେ ଓ ବୁଦ୍ଧି ଜୀବୀ ମଣ୍ଡଳୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ।ଏହା ବ୍ୟତୀତ ପିପୁଲସ ଫୋରମ ର ପଶ୍ଚିମ ଓଡ଼ିଶା ଦ୍ୱାରା ପରିଚାଳିତ ସମସ୍ତ କେନ୍ଦ୍ର ମାନଙ୍କରୁ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ସମସ୍ତ ଅତିଥି ଓ କର୍ମଚାରୀ ମାନଙ୍କ ସହ ମୁଖ୍ୟ ଅତିଥି କେକ କାଟି ପିପୁଲସ ଫୋରମ ର ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ।

ମୁଖ୍ୟ ଅତିଥି ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ ପାଇଁ ଏହି ଭଳି ନିରବଚ୍ଛିନ୍ନ ସେବା ପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ମାନବ ସେବାର ମହତ୍ଵ ବିଷୟରେ ଅବଗତ କରାଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done