ଦିନିକିଆ ଝାରସୁଗୁଡ଼ା ଗସ୍ତ ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳାଇ। ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଜନାଗୁଡ଼ିକ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରାଜସ୍ବ ଆୟୁକ୍ତ। ଆୟୁକ୍ତ ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଯୋଜନା ସମୂହ ସମନ୍ଵୟ ରକ୍ଷା ପୂର୍ବକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଯେପରି ସରିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ପଞ୍ଚମ,ପଞ୍ଚଦଶ ଅର୍ଥ କମିଶନଙ୍କ ମାର୍ଗ ଦର୍ଶିକା ଅନୁସାରେ ଧାର୍ଯ୍ୟ ପ୍ରକଳ୍ପ ସକାଶେ ନିର୍ଦ୍ଦିଷ୍ଟ ମାର୍ଗ ଅବଲମ୍ବନ କରିବା,ପ୍ରକଳ୍ପ ପାଇଁ ଅନୁଦାନ ଅର୍ଥ କମ ହେଲେ ଜଣାଇବା , ଆବଶ୍ୟକୀୟ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇଦେବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆୟୁକ୍ତଙ୍କୁ ଅବଗତ କରାଇଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments