ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ,ଝାରସୁଗୁଡା ଆନୁକୁଲ୍ୟରେ 17 ବର୍ଷ ବାଳକ ବିଭାଗର ଜିଲ୍ଲାସ୍ତରୀୟ ଏକଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତା କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁବିତା ରାଣୀ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ 100 ଜଣ ପ୍ରତିଯୋଗୀ ଓ 15 ଜଣ ନିର୍ଣ୍ଣାୟକ ଆସିଥିଲେ l ଆମ୍ବିଶନ କ୍ଲବ ର ମୁଖ୍ୟ ଶ୍ରୀ ଅନିରୁଦ୍ଧ କେ୍ୱଟ ଓ ତାଙ୍କର ସହଯୋଗୀ ପ୍ରତ୍ୟକ୍ଷ ଭାବେ ପ୍ରତିଯୋଗିତା ରେ ସାମିଲ ହୋଇ ସହଯୋଗ କରିଥିଲେ l ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଖଗେଶ୍ୱର ପଟେଲ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତା ଶାରୀରିକ ଶିକ୍ଷା ଅଧିକାରୀ ବିମଲ କୁମାର ତାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଏଥିରୁ 16 ଜଣ ବଛା ଖେଳାଳି ଆସନ୍ତା ନଭେମ୍ବର ମାସରେ ସୁନ୍ଦରଗଡ଼ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତି ଯୋଗିତାରେ ଭାଗ ନେବେ ବୋଳି ଶ୍ରୀ ତାଣ୍ଡି ଗଣମାଧ୍ୟକୁ ସୂଚନା ଦେଇଛନ୍ତି l ଶାରୀରିକ ଶିକ୍ଷା ଶିକ୍ଷକ ମଧ୍ୟରେ ନିତ୍ୟାନନ୍ଦ ନାଏକ, ନିର୍ମଳ ବିଶ୍ୱାଳ, ଗୌର ଚନ୍ଦ୍ର ଭୋଇ, ମିତ୍ରଭାନୁ ସହି, ସୁକାନ୍ତ ବାଗ, ତ୍ରିଲୋଚନ ରଣା, ଶିବ ପଧାନ, ଅନାମିକା ଗୁପ୍ତା, ପ୍ରଜ୍ବଳ ପଟେଲ, ପ୍ରକାଶ ପଧାନ ଉପସ୍ଥିତ ଥିଲେ l ଶେଷରେ ବଂଶୀଧର ପଶାଏତ ଧନ୍ୟବାଦ ଅର୍ପଣ କରିଥିଲେ l
0 Comments