ଲୋକମୁକ୍ତି ସଙ୍ଗଠନର ଲଇକେରା ବ୍ଲକ ସ୍ତରୀୟ ସାଙ୍ଗଠାନିକ ସଭା ଅନୁଷ୍ଠିତ


 ଲଇକେରା ବ୍ଲକ ଅନ୍ତର୍ଗତ ସାରଙ୍ଗଲୋଇ ଗ୍ରା.ପ. ର ପତ୍ରାପାଲି ଗ୍ରାମ ଠାରେ ଲୋକମୁକ୍ତି ସଂଗଠନ ର ସଭାପତି ଶ୍ରୀ ଭିଖ ତାଜେନ ଙ୍କ ସଭାପତିତ୍ୱରେ ସଂଗଠନର ଲଇକେରା ବ୍ଲକ ସ୍ତରୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ଲଇକେରା ବ୍ଲକ ଅନ୍ତର୍ଗତ ୯ ଟି ଗ୍ରାମ ପଞ୍ଚାୟତ ଯଥା:- ସାରଙ୍ଗଲୋଇ, ଖୁନ୍ତାମାଲ, ନିକ୍ତିମାଲ, ତିଲେଇମାଲ, ସାହାସପୁର, ଭାତଲଇଡ଼ା, ଲଇକେରା, କୁଲେମୁରା, ଜାମମାଲ ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟା ରେ ସଦସ୍ୟ ସଦସ୍ୟା ମାନେ ଯୋଗଦାନ କରିଥିଲେ | ଏହି ସଭାରେ ଲୋକମୁକ୍ତି ସଂଗଠନର ଉପଦେଷ୍ଟା ଅନନ୍ତ ମୁଖ୍ୟବକ୍ତା ଭାବରେ  ଯୋଗଦାନ କରି ଦେଶ ଓ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରି  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ  ବେରୋଜଗାର ଏବଂ ଦରଦାମ ବୃଦ୍ଧି, ଶିକ୍ଷା ଏବଂ ଚିକିତ୍ସାର ବ୍ୟାପକ ବେପାରିକରଣ, ଜଳ, ଜମି ,ଜଙ୍ଗଲ ଏବଂ ପ୍ରାକୃତିକ ଶଂସାଧନ ଉପରେ ପୁଞ୍ଜିବାଦୀ ନୀତିକୁ କଡା ସମାଲୋଚନା କରି  ଏହା ବିରୋଧରେ ବ୍ୟାପକ ଭାବେ ଲୋକଙ୍କୁ ସଚେତନ କରିଵା ପାଇଁ ଆହ୍ୱାନ ଦେଇଥିଲେ।  ଅନ୍ୟ ଉପସ୍ଥିତ  ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ମୁଖ୍ୟ ସଂଯୋଜକ ଉମାକାନ୍ତ ନାଏକ, ସଂଯୋଜକ କୈଳାଶ ପିଙ୍ଗ, ସଂଯୋଜକ ଜିନିତ ସାମାଦ, ସଂଯୋଜକ ଅଶୋକ ମାଝୀ ଓ ପୂର୍ବତନ ସରପଞ୍ଚ ମିନକେତନ ସାହୁ ପ୍ରଭୃତି ଯୋଗଦାନ କରିଥିଲେ | ଏହି ସଭାରେ ସର୍ବସମ୍ମତି କ୍ରମେ ଲୋକମୁକ୍ତି ସଂଗଠନ ଲଇକେରା ବ୍ଲକ କମିଟିର ପୁନର୍ଗଠନ  କରାଯାଇ ନିମ୍ନମତେ ପଦପଦବୀ ରେ ଚୟନ କରାଗଲା ଯଥା:- ପରମାନନ୍ଦ ଦରକା (ସଭାପତି), ରସାନନ୍ଦ କିସାନ (ଉପସଭାପତି), ପରମେଶ୍ୱର ବାଘ (ସାଧାରଣ ସମ୍ପାଦକ), ଶିବ ମୁଣ୍ଡା (ସହ ସମ୍ପାଦକ), ଉଦ୍ଧବ ଚରଣ ବୁଡ଼ା (କୋଷାଧ୍ୟକ୍ଷ୍ୟ) ଭାବେ ଚୟନିତ ହୋଇଥିବା ବେଳେ ଭୁଲେଶ୍ୱର ଭଞ୍ଜ, ଉଷାବତୀ ନାଏକ, ତପସ୍ୱିନୀ ମୁଣ୍ଡା, ପରମେଶ୍ୱର ବାଘ, ଅଦୀପ ବନଛୋର, ସୁରେଶ ପ୍ରଧାନ, ଭିଖ ତାଜେନ, ସାମୁଏଲ ସାମାଦ, ପ୍ରଦୀପ ହେମ୍ବ୍ରମ, ଶିବ ମୁଣ୍ଡା, ଲଲିତା ସୁନାନୀ, ମଧୁ ମୁଣ୍ଡା, ବନମାଳୀ ମୁଣ୍ଡା, କୁମର ଭୋଇ ପ୍ରମୁଖ ଙ୍କୁ ଲଇକେରା ବ୍ଲକସ୍ତରୀୟ କାର୍ଯ୍ୟକାରୀ କମିଟି ର ସଦସ୍ୟ ସଦସ୍ୟା ଭାବେ ଚୟନିତ କରାଗଲା | ଏହାପରେ ଲଇକେରା ବ୍ଲକ କୁ ITDA ରୁ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ପରିଣତ ପାଇଁ ଦାବି, ଜଙ୍ଗଲ ଅଧିକାର ଆଇନ, ଗରିବ ଭୂମିହୀନ ଙ୍କ ଜମି ଅଧିକାର, ମନରେଗା ଶ୍ରମିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ସମସ୍ୟା, ନିଶାନିବାରଣ କାର୍ଯ୍ୟକ୍ରମ, ଲୋକତାନ୍ତ୍ରିକ ରାଷ୍ଟ୍ରନିର୍ମାଣ ଅଭିଯାନ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା | ଏହା ସହ ଆସନ୍ତା ତା: ୩୦/୧୦/୨୦୨୩ ରିଖ ଦିନ ସାରଙ୍ଗଲୋଇ ଗ୍ରା.ପ. ର ପତ୍ରାପାଲି ଠାରେ ନୂତନ କାର୍ଯ୍ୟକାରୀ କମିଟି ଓ ଲୋକମୁକ୍ତି ସଂଗଠନର ଅନ୍ୟ ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କର ପୁଣି ଏକ ବିଶେଷ ବୈଠକ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ ସେହି ବୈଠକରେ ଲଇକେରା ବ୍ଲକ ପାଇଁ ଲୋକମୁକ୍ତି ସଂଗଠନ ର ଭବିଷ୍ୟତ କାର୍ଯ୍ୟକ୍ରମ ସବୁ ନିର୍ଦ୍ଧାରଣ କରାଯିବ | ଏହି ସଭାର ସୁପରିଚାଳନା ରେ ଖତୁ ପିଙ୍ଗ, ସୁକାନ୍ତି ନାଏକ, ସୁକାନ୍ତି ଧୂରୁଆ, ବାସମତି ନାଏକ, କ୍ଷିରୋଦ କିସାନ, ଦୁର୍ଗା ପ୍ରସାଦ ଭୋଇ, କେଶରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done