ବ୍ରଜରାଜନଗର ପୌରପରିଷଦ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି


 ବ୍ରଜରାଜନଗର ପୌରପରିଷଦ  ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ,ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ବ୍ରଜରାଜନଗର ପୋୖର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ,ଡେପୁଟି କକେକ୍ଟର ହର୍ମେନ୍ଦ୍ର ଭୋଇ,ପରିଷଦ ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ୯୩ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ଟି ସାମୂହିକ ଓ ୭୭ଟି ବ୍ୟକ୍ତିଗତ।ଓରିଏଣ୍ଟ କୋଲିଆରୀ ସ୍କୁଲରେ ହେଉଥିବା ଅବ୍ୟବସ୍ଥା, ଓରିଏଣ୍ଟ ପେପର ମିଲ ସ୍ଥିତ କଷ୍ଟିକ ସୋଡ଼ା ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ କରିବା, ଗଣ୍ଡଘୋରା ଲୋକନାଥପୁର ଉଚ୍ଚ ବିଦ୍ୟାଳୟ ନାମକରଣ , ରେମଜା ଗ୍ରାମରେ ଗୋରୁଗାଈଙ୍କ ଫସଲ ଖାଇବା ଯୋଗୁ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ, ୱାର୍ଡ଼ ନମ୍ବର ୧୭ ଶାସ୍ତ୍ରୀ ନଗର ଓ ଇନ୍ଦିରା ନଗରରେ  ନାଳ ନର୍ଦ୍ଦମା ସଫା ଓ ଷ୍ଟ୍ରିଟ ଲାଇଟ ସମସ୍ୟା,ଇବ୍ ଭେଲି ଅଞ୍ଚଳ ମହିଳା ମଣ୍ଡଳ ପକ୍ଷରୁ ସି ଏସ୍ ଆର୍ ଫଣ୍ଡର ଦୁରୁପଯୋଗ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ସୁବିଧା ପାଇଁ ଉପଯୋଗ , ବ୍ରଜରାଜନଗର ଅଂଚଳର ବିକାଶ, ଏମ ସି ଏଲ ଦ୍ୱାରା ପ୍ରଭାବିତ ସ୍ଥାନୀୟ ଯୁବକଯୁବତୀଙ୍କୁ କଣ୍ଟ୍ରାକ ଚୁଆଲ ଚାକିରୀ ପ୍ରଦାନ, ବ୍ରଜରାଜନଗର ଲମ୍ପଟିବାହାଲ ସୋମବାର ବଜାର ସଂଲଗ୍ନ ଖାଲି ସ୍ଥାନରେ ପିଲାମାନଙ୍କ ସକାଶେ ଖେଳ ପଡ଼ିଆ ଓ ଜିମ ଓ ଝୁଲା ବ୍ୟବସ୍ଥା,ବ୍ରଜରାଜନଗର ପୋୖରପାଳିକାରେ ହେଉଥିବା ଦୁର୍ନୀତି ଓ ଗୁଆଲପଡ଼ା ସନ୍ନିକଟ ରେଲୱେ ଲାଇନ ଛକରେ ଛୋଟ ପିଲାମାନଙ୍କ ସକାଶେ ଖେଳ ସାମଗ୍ରୀଯୁକ୍ତ  ପାର୍କ ନିର୍ମାଣ ସମ୍ପର୍କିତ ଅଭିଯୋଗ ଶୁଣାଣି ପୂର୍ବକ ଅଭିଯୋଗ ଗୁଡ଼ିକର  ତର୍ଜମା କରି ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିବିରରେ ଚିକିତ୍ସା ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିନି ଜଣଙ୍କୁ ୪୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପୂର୍ବ ଜନ ଶୁଣାଣି ଶିବିରରେ ଆଗତ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ଦିଗରେ ଆନୁସଙ୍ଗିକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done