ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା DMF ହଲ ଠାରେ ମୁଁ ବି ମିତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି


 ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ 'ମୁଁ ବି ମିତା' ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଛି। ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ଅଣ ପଞ୍ଜୀକୃତ ଯୋଗ୍ୟ  ନାଗରିକ , ସମ୍ଭାବିତ ଭୋଟର, ଏକାଧିକ ଭୋଟର/ମୃତ ଭୋଟର/ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଭୋଟର ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଏହି ଅଭିଯାନର ସଫଳ ରୂପାୟନ ପାଇଁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ସଚେତନତା ସୃଷ୍ଟି ଆରମ୍ଭ କରିସାରିଛନ୍ତି। ଏହି ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସହାୟତା ପ୍ରଦାନ ସକାଶେ ମହାବିଦ୍ୟାଳୟ       ଛାତ୍ରୀମାନେ  ଅଭିଯାନରେ ସାମିଲ ପୂର୍ବକ ସଚେତନତା ସୃଷ୍ଟି କରିବେ। ଛାତ୍ରୀମାନେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ କୁହାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ମୁଁ ବି ମିତା ଲୋଗୋ ଥିବା ବ୍ୟାଜ ଓ କ୍ୟାପ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ , ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଛାତ୍ରୀମାନଙ୍କୁ ନିଜ ନିଜ ମୋବାଇଲ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ କିପରି  ସଚେତନତା ସୃଷ୍ଟି କରିବେ ସେଥି ପାଇଁ ବୁଝାଇଥିଲେ।ମୋବାଇଲରେ ଥିବା  ଭୋଟର ହେଲ୍ପଲାଇନ ଆପ୍ ମାଧ୍ୟମରେ କିପରି ପଞ୍ଜୀକରଣ କରାଯିବ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।  ଜିଲ୍ଲାପାଳ ଏହି ଅବସରରେ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହ ଫଟୋ ଉତ୍ତୋଳନ କରିଥିଲେ। ଡେପୁଟି କଲେକ୍ଟର ସୁଚିତା ପୁଷ୍ପା , ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରିହର ମାଝୀ , ଯତୀନ୍ଦ୍ର ଭୋଇ ଓ ସାହେବଲାଲ ପଧାନ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done