ଆଜି ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବ କୁ ଝାରସୁଗୁଡ଼ା ର ଦକ୍ଷନଥି ପତ୍ର ପରିଚାଳିକା ଶ୍ରୀମତୀ ନିନା ମିଶ୍ର ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ପ୍ରଭୁଦତ୍ତ ପୁଝାରୀ,ପ୍ରେମାନନ୍ଦ ପଟେଲ,ନୀଳ ପାଣ୍ଡେ ଓ ପ୍ରଧାନ ଆଚାର୍ଯ୍ୟା ମମତା ସିଂହ ଉପସ୍ଥିତ ଥିଲେ।ତାରିଣୀ ପ୍ରିୟା ମହାନ୍ତି ଓ ଆର୍ଯୁ ପଟେଲ ଙ୍କ ପରିଚାଳନା ରେ ଶିଶୁ ଭାଇ ଭଉଣୀ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ଦିଗାମ୍ବର ମାଝୀ ମଞ୍ଚାସୀନ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ସହିତ ନିଜ ସ୍ବାଗତ ଭାଷଣ ରେ ଗଙ୍ଗାଧର ମେହେର ଙ୍କ ମାତୃଭୂମି ପ୍ରତି ଥିବା ଭଲ ପାଇବା ଓ ଭାଇ ଭଉଣୀ ମଧ୍ୟରେ ରକ୍ଷା ବନ୍ଧନ ର ପବିତ୍ରତା ଉପରେ ସଂକ୍ଷେପରେ ସଚେତନତା ବାର୍ତ୍ତା ଦେଇଥିଲେ।ଗଙ୍ଗାଧର ମେହେର ଜୟନ୍ତୀ କୁ ଚନ୍ଦ୍ରିକା କିସାନ ପରିଚାଳନା କରିଥିଲେ।ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀର ସାଇ କ୍ରିଷ୍ଣା ମାଝୀ ଭାଇଙ୍କର ୧୧ ତମ ଜନ୍ମ ଦିନ ଉତ୍ସବ କୁ ଵୈଦିକ ରୀତିରେ ବନ୍ଦାପନା ସହ ରଞ୍ଜିତା ନାଏକ ଓ ବର୍ଷା ରାଣୀ ନାୟକ ତତ୍ତ୍ୱାବଧାନରେ ପାଳିତ କରାଯାଇଥିଲା।ସାଇ କ୍ରିଷ୍ଣା ର ପିତା ମାତା ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ ରହି ଶିଶୁଙ୍କୁ ଆଶୀର୍ବାଦ ଦେଇଥିଲେ। ଲଭଲି ପଟେଲ,ସୃଷ୍ଟି ସିଂହ,ରାକ୍ଷୀ ମାଝୀ ରକ୍ଷା ବନ୍ଧନ ଉପରେ ସଙ୍ଗୀତ ଗାନ କରିଥିଲେ।ଶିଶୁ ସମେତ ଅନେକ ଅଭିଭାବକ ଅଭିଭାବିକା କାର୍ଯ୍ୟକ୍ରମ ରେ ସାମିଲ ରହୁଥିଲେ।ବିଦ୍ୟାଳୟ ର କୋଷାଧ୍ୟକ୍ଷା ପ୍ରିୟଙ୍କା ସାହୁ ପରିଶେଷରେ ଧନ୍ୟବାଦ୍ ଦେଇଥିଲେ।
0 Comments