ଗଣେଶ ପୂଜା ଉପଲକ୍ଷେ ଝାରସୁଗୁଡ଼ା ସହର ଚଳଚଞ୍ଚଳ


 ମଣିଷ ଜୀବନର ଆରମ୍ଭ ହୁଏ ସେହି କୁଆଁ କୁଆଁ କାନ୍ଦଣା ସ୍ୱରରୁ । ଶୁଭ ସକାଳର ଆରମ୍ଭ ହୋଇଥାଏ ସୂର୍ଯ୍ୟଙ୍କ ସେହି ଦିପ୍ତିମୟ ରଶ୍ମି ରୁ । ସେମିତି ହିନ୍ଦୁ ଧର୍ମରେ ସମସ୍ତ ଶୁଭ କର୍ମର ପ୍ରାରମ୍ଭ ହୋଇଥାଏ ବିଘ୍ନନାଶକ ପ୍ରଭୁ ଶ୍ରୀଗଣେଶ ଆରାଧନା ରୁ ।

ଓମ୍ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ । ନିର୍ବିଘ୍ନ କୁରୁମେ ଦେବ ସର୍ବ କାରୟେସୁ ସର୍ବଦା ।

ଆଜି ହେଉଛି ବିଘ୍ନନାଶକ ଶ୍ରୀଗଣେଶଙ୍କ ଆରାଧନାର ପବିତ୍ର ଦିବସ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର ଚତୁର୍ଥୀ ଦିନ ପ୍ରଭୁ ଶ୍ରୀ ଗଣେଶଙ୍କ ଆରାଧନା କରାଯାଏ । ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସର ଏହି ପବିତ୍ର ଚତୁର୍ଥୀ ଦିନରେ ଧରାପୃଷ୍ଟ ରେ ଆବିର୍ଭାବ ହୋଇଥିଲେ । ସେଥିପାଇଁ ଏହି ଦିନ ହିନ୍ଦୁ ଧର୍ମାବଲମ୍ବୀ ମାନେ ପ୍ରଭୁ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି । ଏହି ପବିତ୍ର ଦିବସରେ ଆଜି ଝାରସୁଗୁଡ଼ା ସହରରେ ମଧ୍ୟ ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ । ଲୋକେ ଧୁମଧାମରେ ଗଣେଶ ଚତୁର୍ଥୀକୁ ପାଳନ କରିଛନ୍ତି । ଚଳିତ ବର୍ଷ ପ୍ରଶାସନର ସହମତି କ୍ରମେ ବେଶ ଉତ୍ସାହର ସହିତ ସହରର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି । ପ୍ରଶାସନ ପକ୍ଷରୁ ପୂଜାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଡାକଡି କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done