ସାଗରପାଲି ଉଠା ଜଳସେଚନ ପ୍ରକଳ୍ପରୁ ଚୋରି ଅଭିଯୋଗରେ ବିଭିନ୍ନ ସ୍ଥାନରୁ ୭ ଜଣଙ୍କୁ ଗିରଫ କଲା ପୋଲିସ


 ସାଗରପାଲି ଉଠା ଜଳସେଚନ ପ୍ରକଳ୍ପର ତାର ଓ କେବୁଲ୍ ଚୋରି, ୭ ଜଣଙ୍କୁ ଗିରଫ କଲା ପୋଲିସ୍ ।ଲଖନପୁର ଥାନା ଅନ୍ତର୍ଗତ ସାଗରପାଲି ଉଠାଜଳସେଚନ ପ୍ରକଳ୍ପର ଆଲୁମିନିୟମ ତାର ଓ କେବୁଲ ଆଦି ଚୋରି ଅଭିଯୋଗରେ ଲଖନପୁର ପୁଲିସ ୭ଜଣ ଚୋରଙ୍କୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଞ୍ଚଳର ମୂଳ ନିବାସୀ । ବର୍ତ୍ତମାନ ବନହରପାଲି ଥାନାର ଖଡାମ ଛକରେ ରହୁଥିବା ରଜତ ମଲ୍ଲିକ, ଲଖନପୁର ଥାନା ଅନ୍ତର୍ଗତ ସାରଙ୍ଗଡେରା ଗାଁର ମନୋଜ ଭୋଇ, ଅଶୋକ ପ୍ରଧାନ, ଅନୀଲ ଦୁଆନ, ରିଙ୍କୁ ପଧାନ, ଦୀପକ କିଷାନ ଓ ସୁନ୍ଦରଗଡ଼ ଜିଲ୍ଲା ବିଲେଇଗଡ଼ ଥାନା ଅଞ୍ଚଳର ମୂଳ ନିବାସୀ ବର୍ତ୍ତମାନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍ ପିଟରେ ରହୁଥିବା ପୁନିରାମ ସାହୁ। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଗୁରୁବାର ରାତିରେ କିଛି ଡକାୟତ ଲଖନପୁର ଥାନା ଅଞ୍ଚଳର ସାଗରପାଲି ଉଠାଜଳସେଚନ ପ୍ରକଳ୍ପର ତାର ଓ କେବୁଲ ଚୋରି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ସେଠାରୁ ତିନିଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ୭ ଜଣ ଫେରାର ହୋଇ ଯାଇଥିଲେ। ତେବେ ଘଟଣାସ୍ଥଳରୁ ଚୋରି ସମୟରେ ବ୍ୟବହୃତ ୨ ବାଇକ ସହିତ ୧୦୦ ମିଟର ଲମ୍ବ ୧୧ କେଭି ଆଲୁମିନିୟମ ତାର, ୫୦ ମିଟର ଲମ୍ବର ୩ ଫେଜ ଲାଇନର ଆଲୁମିନିୟମ କେବୁଲ ଓ ତିନୋଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଥିଲା। ତେବେ ଶୁକ୍ରବାର ଲଖନପୁର ପୁଲିସ ଟିମ ଅଭିଯୁକ୍ତମାନଙ୍କ ଘରେ ଚଢ଼ଉ କରି ଚୋରିରେ ସମ୍ପୃକ୍ତ ଆଉ କିଛି ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଆହୁରି ଅଧିକ ୧୦୦ ମିଟର ଲମ୍ବର ୧୧ କେଭି ଆଲୁମିନିୟମ ତାର, ତିନୋଟି ହେକ୍ସା ବ୍ଲେଡ୍, ଗୋଟିଏ ହେକ୍ସା ଫ୍ରେମ, ୫୦ ମିଟର ଆଲୁମିନିୟମ କେବୁଲ ପୁଲିସ ଜବତ କରିଛି। ଏହି ଚୋରି ଘଟଣା ଉପରେ ଲଖନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା | ଲଖନପୁର ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଘଟଣାର ତଦନ୍ତ ଦାୟିତ୍ବରେ ରହିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done