କିର୍ମିରା ବ୍ଳକ ଅର୍ଡା ପଞ୍ଚାୟତ ଅନ୍ତର୍ଗତରେ ଥିବା ଦକ୍ଷିଣ ପୂର୍ବ ହାୱାଡା ବମ୍ୱେ ରେଳପଥ ଧୁତରା ଷ୍ଟେସନର ନିର୍ମାଣଧିନ ଅନ୍ଧାରୁଆ ୨ନଂ. ପ୍ଳାଟଫର୍ମରେ ସୁନିତା ଲୁହାର ନାମକ ଏକ ମହିଲା ନିଜ ପରିବାର ସହ ପୁରୀ ରାଉରକେଳା ପାସେଞ୍ଜର ଟ୍ରେନରେ ଚଢୁଥିବା ଥିବା ରେଳଧାରଣା କଡ ତଳକୁ ଖସିପଡିଥିଲେ । ଯାହାଫଳରେ ଟ୍ରେନଟି କିଛି ଦୂର ଅତିକ୍ରମ କଲାପରେ ଲୋକେ ଜାଣିପାରି ଅନ୍ଧାରରେ ଉଚ୍ଚପ୍ଳାଟଫର୍ମକୁ ଆଣିଥିଲେ । ପରେ ଟର୍ଚ୍ଚ ଓ ମୋବାଇଳର ଆଲୋକରେ ମହିଳାଙ୍କ ବାମ ଗୋଡ କଟିଥିବା ସହ ମହିଲାକୁ ଚିହ୍ନି ପାରି ରେଳବିଭାଗୀୟ କର୍ମଚାରୀ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ନିକଟସ୍ଥ ସିମେଣ୍ଟ କାରଖାନାର ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । ମହିଳାଙ୍କ ନିଜ ଗାଁ ଧୁରୁଆଡିହି ଗିରେଳଡୁଙ୍ଗୁରି ରହିଥିବା ଧୁତରା ନିକଟସ୍ଥ ଚମ୍ପାପଡା ଗ୍ରାମକୁ ନିଜ ପରିବାରବର୍ଗ ଲୋକଙ୍କ ପାଖକୁ କିଛି କାମ ପାଇଁ ଆସି ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବାର ଜଣାପଡିଥିଲା ।
0 Comments