ଝାରସୁଗୁଡ଼ା ଜିଲ୍ଲାର ମାଲିମୁଣ୍ଡା ଠାରୁ ଷ୍ଟାଡିୟମ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


 ସମାଜର କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ କ୍ଷୟ ଯୋଗୁଁ ଅନେକ ପ୍ରକାରର ପ୍ରାକୃତିକ ଦୁର୍ବିପାକ ମାନ ସୃଷ୍ଟି ହେଉଛି ଯାହାର ତାଣ୍ଡବ ଆଗରେ ମନୁଷ୍ୟ ଆଜି ଶକ୍ତିହୀନ । ଅସମୟରେ ବର୍ଷା ଓ ବର୍ଷା ଦିନେ ମାଟି ଗୁଡ଼ିକ ରହିବା ଓ ଆବଶ୍ୟକ ପରିମାଣର ବର୍ଷା ନ ହେବା ଦ୍ଵାରା ଅନେକ ପ୍ରାକୃତିକ  ମାନବକୃତ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ଦୁର୍ବିପାକର ଭୟବହତା ଆଜି କାହା ପାଇଁ ଅଛପା ନୁହେଁ ଓ ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ମାନ ଏବେ ସମସ୍ତ ଗଣ ମାଧ୍ୟମର ପୃଷ୍ଟ ମଣ୍ଡନ କରୁଛି। ଏହାର ସମାଧାନ କେବଳ ଏହି ସାମୁହିକ ବୃକ୍ଷରୋପଣ ମାଧ୍ୟମରେ କରାଯାଇ ପାରିବ । ସମସ୍ତ ନାଗରିକ ମାନେ ବୃକ୍ଷରୋପଣ ର ମହତ୍ତ୍ଵ ଓ ଏହାର ଆବଶ୍ୟକତା ବିଷୟରେ ଅବଗତ ହେବା ନିହାତି ଜରୁରୀ ।ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର ମାଲିମୁଣ୍ଡା ଠାରୁ ଷ୍ଟାଡିୟମ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତା ଅବୋଲି ସୁନୀଲ ନରବାନେ ଓ ଡି.ଏଫ.ଓ. ଶ୍ରୀ ମନୁ ଅଶୋକ ଭଟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ନିଜେ ପ୍ରଥମେ ବୃକ୍ଷରୋପଣ  କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପିପୁଲସ୍ ଫୋରମ୍, ସମ୍ବାଦ ସାହିତ୍ୟଘର , ଏବଂ ଜିଲ୍ଲାର ଅନ୍ୟାନ୍ୟ ସାମାଜିକ କର୍ମୀ ମାନଙ୍କ  ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପିପୁଲସ ଫୋରମ୍ ର ସମସ୍ତ ଥଇଥାନ କେନ୍ଦ୍ର ଗୁଡିକରୁ ୧୦୦ ଜଣ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଓ କର୍ମଚାରୀ ଏବଂ ଜିଲ୍ଲାର ସାମାଜିକକର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀ ମାନେ ମାଳିମୁଣ୍ଡା ଗ୍ରାମ ପରିକ୍ରମଣ କରିହସ୍ତ ଲିଖିତ ସଚେତନତା ବାର୍ତା ମାଧ୍ୟମରେ ସେଠାକାର ବାସିନ୍ଦା ଓ ପଥଚାରୀ ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ । ଏହି ପଥପ୍ରାନ୍ତ ବୃକ୍ଷରୋପଣ ମାଧ୍ୟମରେ ୫୦୦ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇ ଥିଲା ଏବଂ ସମାଜରେ ପରିବେଶକୁ ନେଇ ଏକ ଜନ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done