ପଦ୍ମଶ୍ରୀ ଡଃ ଦିଲିପ କୁମାର ତୀର୍କୀ ଝାରସୁଗୁଡା ଜିଲ୍ଳାପାଳ ଙ୍କୁ ଭେଟି ଜିଲ୍ଳାରେ ହକିର ଉନ୍ନତି ପାଇଁ ଆଲୋଚନା କଲେ ।


 ଆଜି ଗୁରୁବାର ଦିନ ୧ଟାରେ ପୂର୍ବତନ ସାଂସଦ ତଥା ଭାରତର ହକି ଆସୋସିଏସନର ସଭାପତି ପଦ୍ମଶ୍ରୀ ଡଃ ଦିଲିପ କୁମାର ତୀର୍କୀ .ଝାରସୁଗୁଡା ଜିଲ୍ଳାପାଳଙ୍କୁ ଭେଟି ଜିଲ୍ଳାରେ ହକିର ପ୍ରସାର ଦୃତ ଗତିରେ ହେଉଥିବାରୁ ଜିଲ୍ଳାପାଳଙ୍କୁ ଧନ୍ୟବାଦ ଦେଇଥିଲେ । ଝାରସୁଗୁଡା ଜିଲ୍ଳାରେ ଏକ ଆଷ୍ଟ୍ରୋ ଟୋର୍ଫ ପଡିଆ ତିଆରି କରିବା ପାଇଁ ଅନୁରୋଧ କରି ଥିଲେ । ଯାହା ଫଳରେ ଜିଲ୍ଳାରେ ଅଧିକରୁ ଅଧିକ ଖେଳାଳି ରାଜ୍ୟସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିବେ । ବର୍ତମାନ ଜିଲ୍ଳାରେ ଜାତୀୟ ଖେଳ ହକି ପ୍ରତି ଯୁବପିଢି ତଥା ସ୍କୁଲର ବାଳକ ,ବାଳିକା ଖେଳିବା ପାଇଁ ଆଗ୍ରହ ପ୍ରକାଶ କରୁ ଥିବାରୁ ଜିଲ୍ଳାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଳାପାଳ ଆବୋଲି ସୁନିଲ ନରଓ୍ୟଣେ ପ୍ରତିଶୃତି ପ୍ରଦାନ କରି ଥିଲେ । ଡଃ ତୀର୍କୀ ମଧ୍ୟ ଅତିରିକ୍ତ ଜିଲ୍ଳାପାଳ ତଥା ଜିଲ୍ଳା ହକି ଆସୋସିଏସନର ସଂପାଦକ ଲଙ୍କେଶ୍ୱର ଅମାତ ଙ୍କ ସହିତ ଜିଲ୍ଳାରେ ୧୦ ବର୍ଷର ବାଳକ, ବାଳିକା ମାନଙ୍କୁ ୧୫ ଦିନିଆ ହକି ପ୍ରଶିକ୍ଷଣ ବ୍ୟବସ୍ଥା ଜିଲ୍ଳାରେ ବିଭିନ୍ନ ଜୋନ ମାନଙ୍କରେ କରିବା ପାଇଁ ଆଲୋଚନା କରି ଥିଲେ । ଏହି ଆଲୋଚନା ସମୟରେ ହକି ଓଡିଶାର ଉପ-ସଭାପତି ଜୀବନ ମହାନ୍ତି ଉପସ୍ଥିତ ରହି ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done